ବାଲିଗୁଡା ଉପଖଣ୍ଡ ମିଳିତ ପାଷ୍ଟର ଆସୋସିଏସନ୍ ଆନୁକୁଲ୍ୟରେ ପ୍ରି ଖ୍ରୀଷ୍ଟ ମାସ ଧୁମ୍ ଧାମରେ ପାଳିତ

18/12/23କନ୍ଧମାଳ ଜିଲ୍ଲା ବାଲିଗୁଡା କଲ୍ୟାଣି ମଣ୍ଡପ ଠାରେ ପ୍ରି ଖ୍ରୀଷ୍ଟ ମାସ ପାଳିତ ହୋଇଛି।ଡିସେମ୍ବର ମାସ ଆସିଲେ ଚଳ ଚଞ୍ଚଳ ହୋଇଉଠେ ସାରା ବିଶ୍ବ। ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଖ୍ରୀଷ୍ଟ ଧର୍ମକୁ ବିଶ୍ବାସ କରିଥିବା ଭାଇ ଭଉଣୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଉଠେ। ଉତ୍ସବ ମୁଖର ହୋଇଉଠେ ସାରା ବିଶ୍ଵ। ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଖ୍ରୀଷ୍ଟ ଧର୍ମକୁ ବିଶ୍ବାସ କରୁଥିବା ସମସ୍ତ ଭାଇ ଭଉଣୀ ମାନେ ଧୁମ୍ ଧାମରେ ପାଳନ କରିଛନ୍ତି ।ପ୍ରି ଖ୍ରୀଷ୍ଟ ମାସ। ବାଲିଗୁଡା ଉପଖଣ୍ଡ ର ହଜାର ହଜାର ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରିଥିବା ଭାଇ ଭଉଣୀ ମାନେ ଆନନ୍ଦ ଉଲ୍ହାସ୍ ର ସହିତ ଯୀଶୁ ଙ୍କ ଜନ୍ମଦିନକୁ ସ୍ବାଗତ କରି ଏହି ଉତ୍ସବ ପାଳନ କରିଥିବା ଦେଖୀବାକୁ ମିଳିଛି।ପ୍ରଥମେ ସମସ୍ତ ଖ୍ରୀଷ୍ଟ ଭାଇ ଭଉଣୀ ମାନେ ବାଲିଗୁଡା ମିନିଷ୍ଟାଡିୟମ ଠାରୁ ଆରମ୍ଭ କରି ସହର ପରିକ୍ରମା କରି କଲ୍ୟାଣି ମଣ୍ଡପ ସଭାରେ ସମସ୍ତେ ଯୋଗ ଦେଇଥିଲେ । ଏବଂ ସମସ୍ତଙ୍କୁ ଉପହାର ପ୍ରଦାନ କରିଥିଲେ। ଏହି ପ୍ରି ଖ୍ରୀଷ୍ଟ ମାସ ଉତ୍ସବରେ ବାଲିଗୁଡା ଉପଖଣ୍ଡ ପାଷ୍ଟର ଆସୋସିଏସନ୍ ସଭାପତି ଶ୍ରୀ ଲଳିତ କୁମାର ଦିଗାଲ ମଞ୍ଚ ପରିଚାଳନା କରିଥିଲେ। ଏହା ଉତ୍ସବରେ ବକ୍ତା ଭାବେ ଆଚାର୍ଯ୍ୟ ହୋସେୟେଲ ନମ୍ରୋ ଜଗଦଲପୁର ଓ ଆଚାର୍ଯ୍ୟ ପ୍ରବୀଣ ସିପକା ମୁନିଗୁଡା ରୁ ଆସି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମ୍ବନ୍ଧରେ ପ୍ରଚାର କରିଥିଲେ। ଏହି ଉତ୍ସବରେ ବାଲିଗୁଡା ଉପଖଣ୍ଡ ର ସମସ୍ତ ଧର୍ମର ଭାଇ ଭଉଣୀ ମାନେ ସାହାଯ୍ୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଦିଲୀପ ନାୟକ ଙ୍କ ନେତୃତ୍ୱରେ ସଙ୍ଗୀତ ପରିଚାଳନା ହୋଇଥିଲା। ଖ୍ରୀଷ୍ଟ ମାସ କେକ୍ କାଟି ନାଚ ଗୀତ କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା। ମିଳିତ ଉପଖଣ୍ଡ ପାଷ୍ଟର୍ ଆସୋସିଏସନ୍ ର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।