ଫଟୋଗ୍ରାଫି ଓ ଚିତ୍ରକଳାର ଯୁଗଳବନ୍ଦୀ ପୁରୀ

ଫଟୋଗ୍ରାଫି ଓ ଚିତ୍ରକଳାର ଯୁଗଳବନ୍ଦୀପୁରୀ ୫/୧ ଆଜି ଠାରୁ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ସଂସ୍କୃତି ଭବନ ସ୍ଥିତ ଲଳିତ କଳା ଏକାଡେମୀ ଗ୍ୟାଲେରୀ ଠାରେ ଥାର୍ଡ଼ ଆଇ ଅନୁଷ୍ଠାନ ପକ୍ଷରୁ ୪ର୍ଥ କଳା ପ୍ରଦର୍ଶନୀ ଆଧାର ରେ ଫଟୋଗ୍ରାଫି ଓ ଚିତ୍ରକଳା ର ଯୁଗଳବନ୍ଦୀ ପ୍ରଦର୍ଶନୀ ଉଦଘାଟିତ ହୋଇ ଯାଇଛି।ଏହାକୁ ଉଦଘାଟନ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରତ୍ୟେକ ଫଟୋ ଓ ଚିତ୍ରକଳା ଗୋଟାଏ ଗୋଟିଏ କାହାଣୀ କହିଥାନ୍ତି ବୋଲି କହିଥିଲେ।ଜନତା ଙ୍କ ଆଖିରେ ଯାହା ସାଧାରଣ କଳାକାର ଆଖିରେ ତାହା ଅନନ୍ୟ ଓ ଭିନ୍ନ।ଫଟୋ ବା ଚିତ୍ରକଳା ସୂକ୍ଷ୍ମ ରୁ ଅତି ସୂକ୍ଷ୍ମ ଚରିତ୍ର କୁ ଉଦଭାସିତ କରିଥାଏ ବୋଲି କହି ଏହି ପ୍ରଦର୍ଶନୀ ଲୋକ ମାନ ଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରିଥିଲେ।ଶ୍ୟାମ ପ୍ରକାଶ ସେନାପତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫଟୋଗ୍ରାଫର ତଥା ଥାର୍ଡ଼ ଆଇର ନିର୍ଦ୍ଦେଶକ ଅତନୁ ପଲ,ଚିତ୍ରଶିଳ୍ପୀ ମୀନାକ୍ଷୀ ଦାସ ,ଗ୍ୟାଲେରୀ କ୍ୟୁରେଟର ସତ୍ୟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।ଶ୍ରୀ ପଲ ଙ୍କ ର ୫୫ ଟି ଫଟୋ ଓ ୫୦ ଟି ସ୍ଲାଇଡ ଏବଂ ମୀନାକ୍ଷୀ ଙ୍କ ର ୧୮ ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି।ଅନ୍ୟ ମାନଙ୍କ ମଧ୍ୟରେ ସାୟନ ହଜାରୀ,ଅଙ୍କୁର ଭଟାଚାର୍ଯ୍ୟ, ଜୟ ଗୋପାଳ ବନ୍ଦୋପଧ୍ୟାୟ, ତାପସ କୁମାର ମାନ୍ନା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *