ଯୁବ ନେତା ଵାଣୀ କଲ୍ୟାଣ ଙ୍କ ଆର୍ବିଭାଵ ପରେ ବଦଳି ଯିବକି ବାସୁଦେବପୁର ରାଜନୈତିକ ସମୀକରଣ।

ଆଗକୁ ଅଛି ୨୦୨୪ ମସିହା ର ସାଧାରଣ ନିର୍ବାଚନ।ସଵୁ ରାଜନୈତିକ ଦଳ ଏଵେ ଠାରୁ ଆରମ୍ଭ କଲେଣି ସେମାନଙ୍କ ର ତୋଫାନୀ ଗ୍ରସ୍ତ। ବିବାହ ହେଉ କି ଭୋଜି ଏଵେ ସବୁଆଡେ ରାଜନେତା ମାନେ ମିଶି ସାଧାରଣ ଜନତା ଙ୍କ ଦୃଷ୍ଟି ତାଙ୍କ ସପକ୍ଷରେ ନେଵା ପାଇଁ ଆରମ୍ଭ କରିଦେଇଛନ୍ତି ରଣକୌଶଳ। ଭଦ୍ରକ ଜିଲ୍ଲା ର ୫ ଟି ନିର୍ବାଚନ ମଣ୍ଡଳୀ ଭିତରୁ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଏକ ମର୍ଯ୍ୟାଦା ଜନକ ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଡଃ ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ୧୯୯୦ ମସିହା ଠାରୁ ପ୍ରଥମେ ଜନତା ଦଳ ପରେ ବିଜୁ ଜନତା ଦଳ ଲଗାତାର ଭାବରେ ଜିତି ଆସୁଛି।ଗତ ନିର୍ବାଚନ ରେ ବିଜେଡି ଏଠାରୁ ଜିତି ଥିଲେ ମଧ୍ୟ କଂଗ୍ରେସ ସହ କଡା ଟକର୍ ହୋଇଥିଲା ଓ ବିଜେପି ତାର ଭୋଟ ର ହାର ଵହୁ ଅଧିକ ବଢାଇ ଥିଲା।ମାତ୍ର ବିଜୁଜନତା ଦଳ ର ଵହୁ ପୁରୁଖା ନେତା ଏଵେ ଖୋଲାଖୋଲି ଭାବରେ ବିଧାୟକ ଙ୍କୁ ବିରୋଧ କରୁଥିବା ରୁ ବିଜେଡି ଦଳ ରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଛି। ଛାତ୍ର ରାଜନୀତି ରୁ ଆସିଥିବା ଵାଣୀ କଲ୍ୟାଣ ରାଜ୍ୟ ରାଜନୀତିରେ ନିଜର ଛାପ ଛାଡ଼ିଵା ସହ ବିଜୁଜନତା ଦଳ ର ବଲାଙ୍ଗୀର ଜିଲ୍ଲାର ସଙ୍ଗଠନ ଦାଇତ୍ୱ ନେଵା ସହ ଵିଜୁ ଜନତା ଦଳ ର ଛାତ୍ର ନେତା ଭାଵେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାନଙ୍କରେ ଆଗ ଧାଡିର ଦାଇତ୍ୱ ନେଇ ଜଣେ ସୁ ସଙ୍ଗଠକ ଭାଵେ ବିଜୁ ଜନତା ଦଳ ରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମ ମାଟି ବାସୁଦେବପୁର ରେ ସେ ନିଜର ସଙ୍ଗଠନ ସୁଦୃଢ କରିବା ବିଧାୟକ ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା।ନିଜ ଗାଦୀ ସୁରକ୍ଷିତ ରଖିବା ପାଇଁ ବିଧାୟକ ଙ୍କ ଅଭିଯୋଗ କ୍ରମେ ଯୁଵ ନେତା ବାଣୀ କଲ୍ୟାଣ କୁ ବିଜେଡି ଦଳରୁ ନିଲମ୍ବିତ କରାଯିବା ପରେ ବିଧାୟକ ଙ୍କ ବିପଦ କମିବା ପରିବର୍ତ୍ତେ ବଢିବା ପରି ଲାଗୁଛି।ଯୁଵ ନେତା ବାଣୀ କଲ୍ୟାଣ ବିଭିନ୍ନ ଗ୍ରାମ ପଞ୍ଚାୟତ ଗ୍ରସ୍ତ କରିବା ସହିତ ନିଜର ସାଙ୍ଗଠନୀକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଜେଡି ଦଳରେ ଥାଇ ମଧ୍ୟ କୋଣଠେସା ହୋଇ ରହିଥିବା ରାଜନେତା ମାନଙ୍କ ସାଙ୍ଗକୁ ଯୁବପିଢୀ ର ଭୋଟର୍ ମାନେ ଅଧିକ ସଂଖ୍ୟାକ ବାଣୀ କଲ୍ୟାଣ ଙ୍କ ଆଡ଼କୁ ଢଳୁଥିବା ର ଦେଖା ଯାଉଚି।ଏହି ଭୋଟର୍ ମାନେ କେବଳ ଯେ ବିଜେଡି ଦଳ ର ତାହା ନୁହେଁ। ବରଂ ବିଜେପି ଓ କଂଗ୍ରେସ ସବୁଦଳ ରୁ ଭୋଟର୍ ମାନେ ଭାଣୀ କଲ୍ୟାଣ ଙ୍କ ପଛରେ ରହୁଥିବା ଦେଖାଦେଇଛି। ବାଣୀ କଲ୍ୟାଣ ଙ୍କର ବଢୁଥିବା ଏହି ଲୋକ ପ୍ରିୟତା ବାସୁଦେବପୁର ରାଜନୈତିକ ସମୀକରଣ କୁ ବିଗାଡି ଦେଇ ପାରେ ବୋଲି ନିର୍ବାଚନୀ ରାଜନୀତି ରେ ରୁଚି ରଖିଥିବା ବ୍ୟକ୍ତି ମାନେ ମତପ୍ରକାଶ କରିଛନ୍ତି।ଏଵେ ସାଧାରଣ ରେ ଚର୍ଚ୍ଚା ହେଉଛି ଵାଣୀ କଲ୍ୟାଣ ଜଦି ନିର୍ବାଚନ ଲଢନ୍ତି ତାହାଲେ କେଉଁ ଦଳ ରୁ ? ବିଜେଡି ? ଵିଜେପି ? ନା କଂଗ୍ରେସ ? ନା ସ୍ବାଧିନ ଭାବରେ ନିର୍ବାଚନ ଲଢି ରାଜୁ ଦାସ ଙ୍କ ପରି କରିବେ ନିର୍ବାଚନ ରେ ଓଲଟଫେର୍ ।