ବାଣପୁର ଐତିହାସିକ ପଞ୍ଚୁଦୋଳ ମେଳଣ ଯାତ୍ରା

ବାଣପୁର,୧୩/୦୩- ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାରେ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପଞ୍ଚୁ ଦୋଳ ଯାତ୍ରା ବିଭିନ୍ନ ପଟୁଆର, ଘଣ୍ଟ ର ତାଳତାଳେ ଭକ୍ତଙ୍କର ନାଚ ସାଙ୍ଗକୁ ଉଚ୍ଚାହ ଉଦିପନା ଦେଖିବାକୁ ମିଳିଥିଲା l ମେଳଣପର୍ବ ରେ ଭକ୍ତ ଓ ଭଗବାନ ଙ୍କ ମହା ମିଳନ ହୋଇଥିଲା l ସେଥିପାଇଁ କୁହାଯାଏ ଭକ୍ତ ର ଭଗବାନ,ଯାହାକି ବାଣପୁର, ଚିଲିକା ଏବଂ ଆଖପାଖ ଅଂଚଳରୁ ପ୍ରାୟତଃ ଚଉରାଅଶି ବିମାନରେ ଶହେ ଅଠସଠି ଦେବା – ଦେବୀ ମେଳଣ ପର୍ବରେ ସାମିଲି ହୋଇଥିଲେ । ଦେବାଦେବୀ ଙ୍କ ମେଳଣ ରେ ପଲଟଣ ପଡ଼ିଆ ହଜାର ହଜାର ଭକ୍ତଙ୍କ ସହିତ ଭଗବାନ ଙ୍କର ମହାମେଳନ l ଏହି ପଞ୍ଚୁ୍ଦୋଳ ଯାତ୍ରା ବାଣପୁର ର ବହୁ ପୁରାତନ କହିବାକୁ ଗଲେ ପ୍ରାୟତଃ ଚାରିଶହ ବର୍ଷ ରୁ ଉର୍ଦ୍ଧ ହେବ ପାଳନ ହୋଇଆସୁଛି l ଆସନ୍ତୁ ଦେଖିବା ବାଣପୁର ର କିଭଳି ଭାବରେ ଯାତ୍ରା ପାଳିତ ହେଉଛି, ଏଥିରେ ବିଭିନ୍ନ ପ୍ରଶାସନ ସମେତ ପଞ୍ଚୁ୍ଦୋଳ କମିଟି ଓ ଅଖା ପାଖ ଅଂଚଳ ଲୋକଙ୍କ ସହଯୋଗ ରେ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏ ବର୍ଷ କଟକଣା ଯୋଗୁ ବାଣ ଫୁଟା ଯାଇ ନଥିଲା ଏବଂ ଶାନ୍ତି ଶୃଙ୍ଖଳାର ସହିତ ଏହି ପଞ୍ଚୁଦୋଳ ଯାତ୍ରା ସମାପନ ହୋଇଥିଲା l ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ରଘୁନାଥ ସାହୁ ଏହି ମେଳଣ ପର୍ବରେ ଯୋଗ ଦେଇ ଥିଲେ l
ରିପୋର୍ଟ – ବିରଞ୍ଚି ନାରାୟଣ ପ୍ରଧାନ,ଚିଲିକା ।