ଧାମନଗର ର ସ୍ୱାସ୍ଥ୍ୟକର୍ମୀ ବସନ୍ତ ସାହୁ ହତ୍ୟା ମାମଲା ଶିଥିଳ ପଡିଲାଣି

ସ୍ୱାସ୍ଥ୍ୟ କର୍ମୀ ବସନ୍ତ ସାହୁ ଙ୍କ ମୃତ ଦେହ ମିଳିଥିବା ପୂର୍ବଦିନ ରାତିରେ ଭଦ୍ରଲୋକଙ୍କ ଉପସ୍ଥିତ ରେ ହେଉଥିବା ବୁଝାମଣା ର C C T V ଫୁଟେଜ ଏବେ ସାମାଜିକ ଗଣମାଧ୍ୟମ ରେ ଦେଖିବାକୁ ମିଳୁଛି. ତେବେ ଭଦ୍ରଲୋକଙ୍କ ଉପସ୍ଥିତ ରେ ଜଣେ ବସନ୍ତ ଙ୍କୁ ଏତେ ନିର୍ଯାତନା ଦେବା ସମୟରେ ଭଦ୍ରଲୋକ ଜଣକ ଏହାକୁ ଚୁପଚାପ ଦେଖିବା କେତେ ଦୂର ଉଚିତ. ତେବେ ଏହି ଘଟଣା ନେଇ ଆଜି ଗ୍ରାମବାସୀ ମାନେ ପୁଣି ଧାମନଗର ଥାନା ଘେରାଉ କରିଥିବା ସୂଚନା ମିଳିଛି.ଏବେ ଏତେ ଦିନ ପରେ ବି ପ୍ରକୃତ ଆରୋପୀ ଧରିବାରେ ଅସଫଳ ଧାମନଗର ପୋଲିସ. ପୋଲିସ ର କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ।
ଏପଟେ ଧାମନଗର ଥାନ ର SDPO କିଛି ଜାଣି ନାହାନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ କହୁଛନ୍ତି।
ଘଟଣା ଯାହା ଜଣାପଡ଼ୁଛି ଧାମନଗର ଥାନ ର ଅଧିକାର ମାନେ ନିଜ ଇଚ୍ଛାରେ କୌଣସି ପଦକ୍ଷପ ନେଇ ପାରୁନାହାଁନ୍ତି ଯାହା ଉପର ମୁଣ୍ଡରୁ ଖବର ଆସୁଛି ସେଇ ହିସାବ ରେ କାର୍ଯ୍ୟ କାରି କରୁଛନ୍ତି। ଏଭଳି ପରିସ୍ଥିତି ଧାମନଗର ଥାନାରେ ବାରମ୍ବାର ଦେଖିବାକୁ ମିଳୁଥିବାରୁ ଧାମନଗର ବାସି ଆଇନ ଓ କାନୁନୁ ରୁ ଆସ୍ତା ଓ ବିଶ୍ୱାସ ହରେଇବାକୁ ଲାଗିଲେଣି ଧାମନଗର ଥାନା ରୁ ଏଠି ଅପରାଧୀ ମାନେ ମୁକ୍ତ ଆକାଶ ତଳେ ଡେଣା ଝାଡି ବୁଲୁଛନ୍ତି କିନ୍ତୁ ଧାମନଗର ପୋଲିସ ଅପରାଧୀ ମାନଙ୍କ ଛାଇ କୁ ବି ଛୁଈଁ ପାରୁନାହିଁ।
