ବିକାଶ ର ମୂଳ ମନ୍ତ୍ର ଙ୍କୁ ଆଧାର କରି ବ୍ଲକ ରେ ଗଡିଲା ବିକାଶ ବାହନ ରଥ।

ରାଇକିଆ, ତା 21/6/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବିଭିନ୍ନ ପଂଚାୟତ ରେ ବିକାଶ ବାହନ ରଥ ଭ୍ରମଣ କରିଥିବା ବେଳେ ଆଜି ରାଇକିଆ ବ୍ଲକ ର ଅପହଞ୍ଚ ଅଞ୍ଚଳ ଅର୍ଥାତ ବାର୍ବା ପଞ୍ଚାୟତ ରେ ପହଞ୍ଚି ଥିଲା ବିକାଶ ବାହନ ରଥ। ବଡ଼ବାରବା ସରପଞ୍ଚ ରବି ନାୟକ ରଥ କୁ ଆନନ୍ଦ ଉଛାହ ର ସହିତ ସ୍ଵାଗତ କରିଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ବିକାଶର ଧାରା କୁ ତ୍ୱରାନ୍ୱିତ କରିବା ସହିତ ପଞ୍ଚାୟତ ର ଜନ ସାଧାରଣ ସରକାରୀ ଯୋଜନା ଓ ତାହାର ବ୍ୟବସ୍ଥା ବିଷୟରେ କେଉଁଭଳି ଭାବେ ଅବଗତ ହୋଇ ପାରିବେ ଏବଂ କେଉଁ ମାଧ୍ୟମ ରେ ଦାବି ଉପସ୍ଥାପନ କରିପାରିବେ ସେହି ବିଷୟ ରେ ମୂଖ୍ୟ ଅତିଥି ଭାବେ ଏବିଡିଓ ଦିବ୍ୟସିଂ କହଁର ପ୍ରାଞ୍ଜଳ ଭାବେ ଲୋକ ଙ୍କୁ ବୁଝାଇ ଥିଲେ।ଆଜିର କାର୍ଯ୍ୟକ୍ରମ ରେ ରଥ ନିକଟରେ ଅନ୍ତୋଦୟ ଗୃହ ଯୋଜନାରେ ଆଠ ଜଣ ଙ୍କୁ କାର୍ଯ୍ୟାଦେଶ, ଦଶ ଜଣ ବ୍ୟକ୍ତିଙ୍କୁ ମନରେଗା ଜବ କାର୍ଡ, ପଚିଶି ଜଣ ହିତାଧିକାରୀଙ୍କୁ ନୂତନ ରେସନ୍ କାର୍ଡ, ପଚିଶି ଜଣ ଚାଷିଙ୍କୁ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦଶ ଜଣ ଙ୍କୁ ସ୍ବାସ୍ଥ୍ୟ କାର୍ଡ , କୋଡ଼ିଏ ରୁ ଉର୍ଦ୍ଧ୍ବ ବୃକ୍ଷ ମାଆ ଙ୍କ ନାମରେ ରୋପଣ,କୋଡ଼ିଏ ଜଣ ବ୍ୟକ୍ତିଙ୍କ ଆଧାର ପଞ୍ଜିକରଣ କରାଯାଇଥିବା ଦେଖିବାକୁ ମିଳିଥିଲା। ଆଜିର କାର୍ଯ୍ୟକ୍ରମ କୁ ପଞ୍ଚାୟତ ବିକାଶ ଅଧିକାରୀ ମୀନକେତନ ପ୍ରଧାନ ସମ୍ପାଦନା କରିଥିବା ବେଳେ adeo ବାଦଲ ଦିଗାଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।