ରାଜ୍ୟ ସ୍ତରୀୟ ଜୁନିୟର ୧୯ ବର୍ଷରୁ କମ ବାଳକ ବାଳିକାଙ୍କ ବେଡମିଣ୍ଟନ ଚମ୍ପିୟାନସିପ ୨୦୨୩ ଆରମ୍ଭ

ହିଞ୍ଜିଳି କାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ୧୯ବର୍ଷ ରୁ କମ ବୟସର ପୁଅ ଓ ଝିଅଙ୍କୁ ନେଇ ରାଜ୍ୟ ସ୍ତରୀୟ ବେଡମିଣ୍ଟେନ ଚମ୍ପିୟାନସିପ ୨୦୨୩ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ହିଞ୍ଜିଳିକାଟୁ ର ମିନି ଷ୍ଟାଡିୟମ ଠାରେ ଥିବା ଇନଡୋର ଷ୍ଟାଡିୟମରେ ହେଇଛି । ଆଜି ଶୁକ୍ରବାର ଦିନ ୩୦ ତାରିଖ ରବିବାର ଦିନ ଉଦଯାପିତ ହୋଇ ବିଜେତାଙ୍କ ଟ୍ରଫି ପ୍ରଦାନ କରାଯିବ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଆୟୋଜନ ବେଳେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ପରିଚାଳନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ଯଯ୍ଯୋତି ପରିଡା ମୁଖ୍ୟ ଅତିଥି ଭାବେ , ସମ୍ମାନିତ ଅତିଥି ଭାବେ ପ୍ରବୋସନ ଅଧିକାରୀ ଶ୍ରୀ ସମିର କୁମାର ଜେନା ଶ୍ରୀ ନଳିନୀ କୁମାର OSBA ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦାଘାଟନ କରିଥିଲେ । ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା ,ତହସିଲଦାର ପ୍ରଭାତ କୁମାର ପରିଡା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଗଞ୍ଜାମ ଜିଲ୍ଲାର ଗ୍ରାଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ସୁବାସ ପୋଲାଇ ,ଶେରଗଡ ବ୍ଳକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ସମେତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ ।
ରିପୋର୍ଟ :-ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ରଂଜିତ କୁମାର ପୋଲାଇ

Leave a Reply

Your email address will not be published. Required fields are marked *