ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ : ମେ’ ୧୦ରେ ମତଦାନ, ୧୩ରେ ଫଳାଫଳ

ବେଙ୍ଗାଲୁରୁ: ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ । ଆରମ୍ଭ ହେଲା କାଉଣ୍ଟଡାଉନ । ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର । କର୍ଣ୍ଣାଟକରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ୨୦୨୩ ମେ’ ୨୪ ତାରିଖରେ ସୁଦ୍ଧା ଶେଷ ହେବ ନିର୍ବାଚନ ପ୍ରକ୍ରିୟା । ମେ’ ୧୦ ତାରିଖରେ ମତଦାନ ହେବ ବୋଲି ଘୋଷଣା କରିଛନ୍ତି ସିଇସି । ସେହିପରି ମେ’ ୧୩ ତାରିଖରେ ଫଳାଫଳ ଘୋଷଣା ହେବ ।

ଆସନ୍ତା ମେ’ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ୨୨୪ଟି ବିଧାନସଭା ଆସନରେ ହେବ ମତଦାନ । ଏକ ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଲକ୍ଷ୍ୟ ରହିଛି ବୋଲି ସିଇସି କହିଛନ୍ତି । କର୍ଣ୍ଣାଟକରେ ମୋଟ୍ ୫ କୋଟି ୨୧ ଲକ୍ଷ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୨କୋଟି ୬୨ ଲକ୍ଷ ପୁରୁଷ ମତଦାତା ରହିଥିବା ବେଳେ ୨ କୋଟି ୫୯ ଲକ୍ଷ ମହିଳା ଭୋଟର ରହିଛନ୍ତି । ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଏବଂ ଭିନ୍ନକ୍ଷମ ଘରେ ବସି ଭୋଟଦାନ କରିପାରିବେ ।

Leave a Reply

Your email address will not be published. Required fields are marked *