ଜଟଣୀ ପୌରାଞ୍ଚଳରେ ବି ଡି ଏ ନିର୍ମାଣ ବସଷ୍ଟାଣ୍ଡ ଆଜି ରୁଗ୍ଣ ଅବସ୍ଥା

ଜଟଣୀ: ଦେଖୁନାହାନ୍ତି ପୌର ଅଧ୍ୟକ୍ଷ କିମ୍ବା ପୌର ନିର୍ବାହୀ ଅଧିକାରୀ।ସେହି ପରିପ୍ରେକ୍ଷୀରେ ଆଜି ଜଟଣୀ ବିକାଶ ପରିଷଦ ଆନୁକୂଲ୍ୟରେ ବିକାଶ ପରିଷଦ ତରଫରୁ ଶତାଧିକ କର୍ମୀ ଏକତ୍ରିତ ହୋଇ ପୌର ନିର୍ବାହୀ ଅଧିକାରୀଙ୍କୁ ଏକ ମାନପତ୍ର ପ୍ରଦାନ କରିଥିଲେ। ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟ ସରକାର ଦ୍ବାରା ଭୁବନେଶ୍ଵର ଡେଭଲପମେଣ୍ଟ ଅଥରେଟି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦିର୍ଘ ଦିନରୁ ତିଆରି ହୋଇଥିବା ବସ୍‌ଷ୍ଟାଣ୍ଡ ଭଗ୍ନାବସ୍ଥାରେ ପଡିରହିଛି। ବସ୍ ଚଳପ୍ରଚଳ ପାଇଁ ଉଦ୍ଦିଷ୍ଟ ଥିବା ସୁନ୍ଦର ପରିବେଶ କୁ କିଛି ପରିବା ବ୍ୟବସାୟୀ ଏବଂ କିଛି ଅସାଧୁ ବ୍ୟକ୍ତି ମାନଙ୍କ ଅକ୍ତିଆରରେ ଏହି ବସଷ୍ଟାଣ୍ଡ ରହିଛି। ସେହି ପରିପ୍ରେକ୍ଷୀରେ ଆଜି ପୌର ନିର୍ବାହୀ ଅଧିକାରୀଙ୍କୁ ମାନପତ୍ର ସହ ମୌଖିକ ଆଲୋଚନା ହୋଇଥିଲା। ଯେତେ ଶିଘ୍ର ସମ୍ଭବ ସେହି ବସଷ୍ଟାଣ୍ଡକୁ ପୁନର୍ ଉଦ୍ଧାର କରାଯାଇ ବସ୍ ଚଳାଚଳର ବ୍ୟବସ୍ଥା କରାଯାଉ। ଜଟଣୀ ବିକାଶ ପରିଷଦ ଲିଖିତ ଏବଂ ମୌଖିକ ଭାବେ ଜଣାଇଥିଲେ। ଆହୁରି ମଧ୍ୟ କହିଥିଲେ ରାଜ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପୌର ପ୍ରଶାସନର ଅବହେଳା ଯୋଗୁଁ ଉକ୍ତ ବସଷାଣ୍ଡଟି ବେଶୀଦିନ କାର୍ଯ୍ୟକାରି ହୋଇପାରିଲା ନାହିଁ । ଯାହାଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଗଲା। ରାଜ୍ୟ ସରକାର ଜଟଣୀ ପାଇଁ ଅନେକ ‘ମୋ ବସ୍’ ସେବା ଯୋଗାଇଦେଇଛନ୍ତି କିନ୍ତୁ କୌଣସି ଗୋଟିଏ “ମୋ ବସ୍” ବସ୍‌ଷ୍ଟାଣ୍ଡ ଭିତରକୁ ଆସୁ ନାହାନ୍ତି। ଫଳରେ ଯାତ୍ରୀମାନେ ନାହିଁନଥୁବା ଅସୁବିଧା ଭୋଗୁଛନ୍ତି। ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ଫଳରେ ଅନେକ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡାସ୍ଥଳୀ ହୋଇଛି ଏହି ବସଷ୍ଟାଣ୍ଡ। ତୁରନ୍ତ ଏହି ଅବ୍ୟବସ୍ଥାକୁ ବନ୍ଦ କରାଯାଉ ଏବଂ ପୋଲିସ ପ୍ରଶାସନ ସମ୍ପୁର୍ଣ୍ଣ ସହୋଯୋଗ ପାଇଁ ଅନୁରୋଧ କରାଯାଉ। ପୋଲିସ ର ସହୋଯୋଗରେ ପ୍ରତ୍ୟେକ ଦିନ ଏହି ବସଷ୍ଟାଣ୍ଡକୁ ବସ୍ ଗୁଡିକ ଚଳପ୍ରଚଳ ପାଇଁ ନିରୀକ୍ଷଣ କରିବେ। ଜଟଣୀ ବିକାଶ ପରିଷଦ ଆପଣ ମାନଙ୍କୁ ଅନୁରୋଧ କରୁଅଛି, ତୁରନ୍ତ ଜଟଣୀ ବସଷ୍ଟାଣ୍ଡକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ‘ମୋ ବସ୍’ ଏବଂ ଅନ୍ୟାନ୍ୟ ବେସରକାରୀ ବସ୍ ଗୁଡିକ ବସ୍‌ଷ୍ଟାଣ୍ଡ ଭିତରକୁ ଚଳପ୍ରଚଳ କରିବା ପାଇଁ ପୌର ପରିଷଦ ଏବଂ ପୋଲିସ ପ୍ରଶାସନର ସହୋଯୋଗ ନିତ୍ୟାନ୍ତ ଆବଶ୍ୟକ।

ରିପୋର୍ଟ – ଶାହାବୁଦ୍ଦିନ ଖାଁ, ଜଟଣୀ।

Leave a Reply

Your email address will not be published. Required fields are marked *