ଅରାପାଜୁ ଓ ଦୂତୀମେଣ୍ଡି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କଲେ ବିଡ଼ିଓ

ଅରାପାଜୁ ଓ ଦୂତୀମେଣ୍ଡି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କଲେ ବିଡ଼ିଓ ।
ଫୁଲବାଣୀ:-୦୧/୦୬ ଓଡ଼ିଶା ଜୀବିକା ମିଶନ ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦ୍ଵାରା କାର୍ଯ୍ୟକାରି ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଦେଖିବା ପାଇଁ ଦୁଇଟି ପଞ୍ଚାୟତ ଅରାପାଜୁ ଓ ଦୁତିମେଣ୍ଡିର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି ଖଜୁରୀପଡ଼ା ବ୍ଲକ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି। ବିଡ଼ିଓ ଙ୍କ ଏହି ପରିଦର୍ଶନ ବେଳେ ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସନାତନ ମହାଲିକ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ଅତିରିକ୍ତ ପ୍ରୋଗ୍ରାମ ଅଫିସର ତ୍ରିନାଥ ନାଏକ,ଅରାପାଜୁ ହର୍ଶଟ୍ରଷ୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂଯୋଜୋକ ବିଶ୍ଵନାଥ ବେହେରା, ଏମ୍ବିକେ ରିତାଞ୍ଜଳୀ ଦିଗାଲ,ଅସ୍ପିନୀ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ବିଡ଼ିଓ ଶ୍ରୀ ବାହିନୀପତି ପ୍ରଥମେ ଅରାପାଜୁ ପଞ୍ଚାୟତର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦ୍ଵାରା କାର୍ଯ୍ୟକାରି ଅରାପାଜୁ ଗ୍ରାମର ଷ୍ଟାଗ୍ରେଡ ଟ୍ରେଞ୍ଚ,ପେରିଫେରିଆଲ ବୋଣ୍ଡିଙ୍ଗ,ଅମୃତ ସରବୋର ଓ ଦରଡ଼ା ଗ୍ରାମର ମାଁ ତାରା ତାରିଣୀ ଉତ୍ପାଦିକା ଗୋଷ୍ଠି ଦ୍ବାରା ପରିଚାଳିତ କଲମୀ ବାଇଗଣ ଚାଷ କୁ ଦେଖିଥିଲେ।

ଏହାପରେ ଦୁତିମେଣ୍ଡି ପଞ୍ଚାୟତକୁ ଗସ୍ତକରି ବଇକୁମ୍ପା ଗ୍ରାମରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦ୍ଵାରା ଚାଲିଥିବା ଇରିଗେଶନ କେନାଲ କାମ,ଆମୃତ ସରଵୋର,ଷ୍ଟାଗ୍ରେଡ଼ ଟ୍ରେଞ୍ଚ ଗୁଡ଼ିକ ଦେଖିଥିଲେ ଓ ସମସ୍ତ କାମକୁ ଶୀଘ୍ର ସାରିବା ନିମନ୍ତେ ପଦକ୍ଷେପ ନେବାକୁ କ୍ଷେତ୍ରାଧିକରି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଏସବୁ ଗୁଡ଼ିକର ସୁରକ୍ଷା ପାଇଁ ଚାରିଆଡେ଼ ତାରବାଢ଼ ବ୍ୟବସ୍ଥା କହିବାକୁ ମାଁ ତାରା ତାରିଣୀ ଉତ୍ପାଦିକା ଗୋଷ୍ଠିକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଗ୍ରାମବାସୀ ମାନଙ୍କୁ ଭେଟି ତୃଣମୂଳ ସ୍ତରରେ ଏହିସବୁ ପ୍ରକଳ୍ପ ଗୁଡ଼ିକ ଯେମିତି ସଫଳ ରୂପାୟନ ହୋଇ ପାରିବ ଆଲୋଚନା କରି ତାର ମତାମତ ମଧ୍ୟ ନେଇଥିଲେ। ଆଜି ରବିବାର ସରକାରୀ ଛୁଟି ଥିଲେ ମଧ୍ୟ ବିଡ଼ିଓ ଙ୍କର ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ଦେଖି ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *