ବେଳାଭୂମି ସଫା ସମସ୍ତଙ୍କ ଦାୟିତ୍ୱ

ପୁରୀ, ୨୧/୫– ପରିବେଶକୁ ପରିସ୍କାର ଓ ସୁସ୍ଥ ରଖିଲେ ମାନବ ସମାଜ ସୁସ୍ଥ ରହିବ। ପୁରୀ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ ବେଶ ପରିଚିତ। ତେଣୁ ପୁରୀ ସମୁଦ୍ର ବେଳାଭୂମିକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ପ୍ରତ୍ୟୁଷରୁ ବାଙ୍କି ମୁହାଣ ଠାରୁ ଚକ୍ରତୀର୍ଥ ବିଚ ପର୍ଯ୍ୟନ୍ତ ଅଞ୍ଚଳକୁ ସ୍ୱଚ୍ଛତା ହିଁ ସେବା କରାଯାଇଥିଲା। ଏଥିରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଡିଏଫଓପି. ରାମସାମୀ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଏସିଏଫ ଉତ୍ତମ ଗଡ଼ନାୟକ,ଏଡିଏମଓ ଡା ବିରଜା ଶଙ୍କର ରଥ,ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ରାକେଶ କୁମାର ପଣ୍ଡା,ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ,ଏନସିସି ବାଟାଲିୟନ ର ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ସଫେଇ ରେ ସାମିଲ ହୋଇଥିଲେ।ଏହି ଅବସରରେ ତାଳବଣିଆ ସ୍ପୋର୍ଟସ ଗ୍ରାଉଣ୍ଡ ଠାରୁ ଚକ୍ରତୀର୍ଥ ବିଚ ପର୍ଯ୍ୟନ୍ତ ସଚେତନତା ଉଦେଶ୍ୟ ରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ନିଜ ପରିସର ଓ ବେଳାଭୂମି ସ୍ୱଚ୍ଛ ରଖିବାକୁ ଶପଥ ପାଠ କରାଯାଇଥିଲା।

Leave a Reply

Your email address will not be published. Required fields are marked *