ବାଲୁଗାଁରେ ଗୋରୁ ମାଂସବେପାର କରୁଥିବା କଂସେଇକୁ କାବୁକଲେ ବଜରଙ୍ଗ ଦଳ କର୍ମୀ

ପ୍ରତି ଶୁକ୍ରବାର ଦିନ ଖୋର୍ଦ୍ଧା ଓ ଜଟଣୀ ରୁ ବାଲୁଗାଁ ଆସୁଥିଲା କଟା ଗୋ ମାଂସ, ଆଉ ବିକ୍ରି ହେଉଥିଲା ବାଲୁଗାଁ ବାଣପୁର ରେ ଥିବା ଚିକେନ ଓ ମଟନ ସେଣ୍ଟର ସମେତ କିଛି ଗ୍ରାମରେ,ହେଲେ ଲୋକ ମଟନ ଭାବି କିଣି ନେଉଥିଲେ ନିଜ ଘରକୁ l କିନ୍ତୁ ଏଭଳି ଏକ ନୈରାଶ୍ୟ ଜନକ ଖବର ପାଇ ବଜରଙ୍ଗ ଦଳ ଦୀର୍ଘ ଚାରି ମାସ ହେବ ନଜର ରଖିଥିଲେ ବି ବିଫଳ ହୋଇଥଲେ l କାରଣ ଏହି କଂସେଇ ବେପାରୀ ମାନେ ଅତି ଚତୁର ତାର ସହିତ ଆସି ବେପାର କରି ଖସି ପଳେଇ ଯାଉଥିଲେ l ହେଲେ ଆଜି ବେପାର ସାରି ଜଟଣୀ ଫେରୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ କର୍ମୀ ମାନେ ବାଲୁଗାଁ ନିକଟସ୍ଥ ଧୂଆଁଳ ଛକ NH5ରୋଡ଼ ଠାରେ ଏକ ମଟର ସାଇକେଲ ଗାଡିକୁ ଅଟକାଇଥିଲେ ଏବଂ ତାହା ପାଖରେ ଥିବା ଏକ ବଡ଼ ବ୍ୟାଗ ଦେଖିବାକୁ ପାଇ ଥିଲେ l ବ୍ୟାଗ ଖୋଲି ଦେଖିଲା ବେଳକୁ ପ୍ରାୟ ତିନି କେଜି ହେବ ବଳି ଯାଇ ଥିବା ଗୋମାଂସ ବ୍ୟାଗ ଭିତରୁ ବାହାରିଥିଲା l
ଯାହା ଅନୁମାନ କରାଯାଉଛି 40ରୁ 50kg ଗୋ ମାଂସ କଂସେଇ ଆଣି ବେପାର କରି ଫେରୁଥିଲା l ଏବଂ ପଚରା ଉଚରା କରିବା ବେଳେ ପ୍ରଥମେ ଭୁଲ ପରିଚୟ ଦେଇଥିଲା ଓ ମିଛ କଥା କହିଥିଲା l ଏହା ଛେଳି ମାଂସ ବୋଲି କିନ୍ତୁ ପରେ ବଜରଙ୍ଗ ଦଳ ବାଲୁଗାଁ ଥାନା ପୋଲିସ ଜିମା ଦେବା ପରେ ସବୁ ସତକଥା କହିଥିଲା ଏବଂ ମାନି ଥିଲା l ପରେ ଜଣା ପଡି ଥିଲା ଯେ, ଏହି ଗୋମାଂସ ବେପାରୀ କଂସେଇ ଜଣକ ହେଉଛନ୍ତି ଖୋର୍ଦ୍ଧା ଜଟଣୀ ବେନlପଞ୍ଜୁରୀ ଗ୍ରାମର ମଦମହୋଧୀନଙ୍କ ପୁଅ MD ରାଜୁ ବୋଲି ପରିଚୟ ଦେଇଥିଲେ ବାଲୁଗାଁ ପୋଲିସକୁ, ପୋଲିସ ଗୋ ମାଂସ ସହିତ ରକ୍ତ ଜୁଡୁ ବୁଡୁ ବ୍ୟାଗ, ମଟର ସାଇକେଲ ଜବତ କରିବା ସହିତ ରାଜୁଙ୍କୁ ଅଟକ ରଖି ଅଧିକ ତଥ୍ୟ ସଂଗ୍ରହ କରବାପାଇଁ ତଦନ୍ତ ଜାରି ରଖିଛନ୍ତି l

ଚିଲିକା ରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *