ମହିଳା ଙ୍କୁ ମାଡ ମାରି ଭାଙ୍ଗିଲେ ଘରଦ୍ୱାର
![](https://teerthkhetra.com/wp-content/uploads/2025/02/Screenshot_2025_0207_174202.jpg)
ଭଦ୍ରକ Date -7/2/25- ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଅସହାୟ ମହିଳା ଙ୍କୁ ମାଡ ମାରି ଘର ଭାଙ୍ଗି ଲୁଟି ନେଲେ ଜିନିଷ ପତ୍ର | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ଜେନାସାହି ରେ | ସୂଚନା ଅନୁଯାଇ ଜେନାସାହି ରହି ଦିନ ମଜୁରିଆ ଭାବେ କାମ କରୁଥିବା ଅସହାୟ ମହିଳା କୁନି ଜେନା ଙ୍କୁ ଗତ ରାତିରେ ସେହି ଗାଁର 20 ରୁ ଉର୍ଦ୍ଧ ପୁରୁଷ ମହିଳା ମାନେ ହାତରେ ଠେଙ୍ଗା ବାଡ଼ି ଧରି କୁନି ଜେନା ଓ ପୂଜା ଜେନା ଙ୍କ ଘରେ ପଶି ନିସ୍ତୁକ ମାଡ ମାରିବା ସହ ଘରେ ଥିବା ଜିନିଷ ପତ୍ର ଲୁଟି ନେଇଛନ୍ତି ଦୁର୍ବୁତ୍ତ ମାନେ | ପରେ ଏହି ଘଟଣା କୁ ନେଇ ଉଭୟ ଙ୍କ ପରିବାର ପକ୍ଷରୁ ଗ୍ରାମାଞ୍ଚଳ ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ସେମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଦୁର୍ବୁତ୍ତ ଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ଆଜି ନ୍ୟାୟ ପାଇଁ ଭଦ୍ରକ ଏସପି ଙ୍କ ଦ୍ୱାରସ୍ଥ ହେଇଛନ୍ତି |