ଗୋମାଂସ ବୋଝେଇ ଟ୍ରକ ଜବତ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ବାଇପାସ ନିକଟସ୍ଥ ଷୋଳନୁମ୍ବର ଜାତୀୟ ରାଜପଥ ଠାରେ ବଜରଙ୍ଗି ଦଳ ର ସଭ୍ୟ ମାନଙ୍କ ଦ୍ଵାରା ଏକ ଗୋମାଂସ ବୋଝେଇ ଟ୍ରକ ଜବତ ହୋଇଅଛି l ଗାଡି ନମ୍ବର ହେଲା AP39UH0979 ଏହି ଗାଡିଟି ୱେଷ୍ଟ ବେଙ୍ଗଲ ରୁ ଆନ୍ଧ୍ରା ପ୍ରଦେଶ ଅଭିମୁଖେ ଯାଉ ଥିବାର ପ୍ରାଥମିକ ତଦନ୍ତ ରୁ ଜଣା ଯାଉଅଛି l ବଜରଙ୍ଗ ଦଳର ସଭ୍ୟ ମାନେ କହିବା ମୁତାବକ,ପ୍ରଥମେ ଯେତେବେଳେ ଗାଡିକୁ ଅଟକାଇ ଥିଲେ l ସେତେବେଳେ ଡ୍ରାଇଭର ଓ ହେଲଫର ତାଙ୍କୁ କିଛି ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଥିଲେ l ଏହା ଦେଖି ଜନସାଧାରଣ ମାନେ ଉତେଜିତ ହୋଇ ଗାଡିର ଆଗପଟ ଗ୍ଲାସ ଭାଙ୍ଗିବା ସହିତ ହୋହାଲ୍ଲା କରୁଥିଲେ l କୌଣସି ସୂତ୍ର ରୁ ଖବର ପାଇ ବାଣପୁର ପୋଲିସ ଘାଟଣ ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ,ଡ୍ରାଇଭର ଓ ହେଲଫର କୁ ଅଟକ ରଖି ତଦନ୍ତ ଚଳାଇ ଛନ୍ତି l ଏହି ଟ୍ରାକରେ ନଅ ଗୋଟି ଗାଇ ଓ ଷଣ୍ଡ କୁ ଅତି ନିର୍ମମ ଭାବରେ ମାରି, ଗାଡ଼ିରେ ବୋଝେଇ କରି ଆନ୍ଧ୍ରା ପ୍ରଦେଶକୁ ଚୋର ଚାଲାଣ କରାଯାଉ ଥିଲା l
ଜନସାଧାରଣ କହିବା ଅନୁଯାଇ ଏହିଭଳି ସହ ସହ ଗାଡି ଗୋମାଂସ ଚୋରା ଚାଲାଣ ହେଉଅଛି l ଏଥି ପ୍ରତି ପୋଲିସ ପ୍ରଶାସନ ତୀକ୍ଷନ ନଜର ରଖିଲେ ହୁଏତ ଗୋମାଂସ ଚୋରା ଚାଲାଣ ରୋକାଯାଇ ପାରିବ ଓ ତତ ସହିତ ଗୋମାତା ଙ୍କୁ ସୁରକ୍ଷା ଦିଆଯାଇ ପାରିବ l

ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର l

Leave a Reply

Your email address will not be published. Required fields are marked *