ଗାଁର ଝିଅ ବୋହୂଙ୍କୁ ଗୁଣିକରି ନଚାଉଥିଲା ନେଙ୍ଗୁଡୁ

ଗୁଣିଆ ସନ୍ଦେହରେ ତାତିଲେ ଲୋକେ । ଏକାଠି ହୋଇଛନ୍ତି ପୁରା ଗ୍ରାମବାସୀ । କାହା ହାତରେ କୁରାଢୀ ତ୍ କାହା ହାତରେ ଶାବଳ । ଚାଳ ଘର ତ ଦୂରର କଥା କଚା ଘର ବି ଭାଙ୍ଗିଦେଇଛନ୍ତି । ବାଉଁଶ ଧରି କାନ୍ଥ ବି ତାଡ଼ି ଦେଇଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଯୁଣିଆପାଳ ନିକଟ ରାଜପୁର ଗାଁରେ ନଜର ଆସିଥିଲା ଏମିତି ଦୃଶ୍ୟ । ଅଭିଯୋଗ ଅନୁଯାୟୀ ଗାଆଁର ପ୍ରତାପ ଜେନା ଓରଫ୍ ନେଙ୍ଗୁଡୁ । ଦୀର୍ଘ ଦିନ ହେବ ଗାଁରେ ଶିବ, ଦୁର୍ଗା ମନ୍ଦିର କରିଥିଲେ । ମନ୍ଦିର କଥା ଶୁଣି ଧିରେ ଧିରେ ବାହାର ଲୋକଙ୍କ ସମାଗମ ମଧ୍ୟ ହେଲା । ଧୀରେ ଧୀରେ ଗ୍ରାମବାସୀ ଖୁସି ବି ହେଲେ । ହେଲେ କିଛି ଦିନ ହେବ ଗାଁରେ ଗୁଣି ହେଉଥିବା ଅନୁଭବ କରିଥିଲେ ଲୋକେ । ଆସ୍ତେ ଆସ୍ତେ ଗାଁ ଲୋକଙ୍କ ମୃତ୍ୟୁ ହେଲା । ଅନେକ କିଡନୀ ରୋଗରେ ପଡ଼ିବା ସହ ମୃତ୍ୟୁ ହୋଇଥିବା ବି ଅଭିଯୋଗ କରିଛନ୍ତି ଗ୍ରାମବାସୀ । କଥା ସେତିକିରେ ସରିନଥିଲା । ଦିନକୁ ଦିନ ଗାଆଁର ନୂଆ ବୋହୁ ଓ ଝିଅ ସବୁ ନାଚିବା ଆରମ୍ଭ କଲେ । ଯେତେ ଡାକ୍ତରଙ୍କୁ ଦେଖାଇଲେ ବି ସୁଫଳ ମିଳିଲାନି । ଶେଷରେ ଗୁଣିଆ ଦେଖାଇ ସୁସ୍ଥ ହେଲେ ।
ଜଣେ ଗୁଣିଆ କହିଥିଲେ ଯେ ଏସବୁ କାମ ନେଙ୍ଗୁଡୁ ବାବା ହିଁ କରୁଛନ୍ତି । ଜଣେ ନୂଆ ବୋହୂକୁ ଗୁଣିବା ଭଲ କରୁଥିବା ଭିଡିଓ ବି ଭାିରାଲ୍ ହେଉଛି । ଏହି ଭିଡିଓ ଆଣି ବାବାକୁ ଦେଖାଇବା ପରେ ଆରମ୍ଭ ହୋଇଥିଲା ଉତ୍ତେଜନା । ସମସ୍ତ ଗ୍ରାମବାସୀ ବାବାକୁ ପଚାରିବା ବେଳେ ସେ କୁଆଡେ କହିଥିଲେ ଯେ ମୁଁ ଗାଁର ସବୁ ଲୋକଙ୍କୁ ମାରିଦେବି ।
ଏହି ଘଟଣାକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ଗୁଣିଆ ନେଙ୍ଗୁଡୁକୁ ପୋଲିସ ସାଙ୍ଗରେ ନେଇଥିଲା । ହେଲେ ଉତ୍ତ୍ୟକ୍ତ ଗ୍ରାମବାସୀ ଏକାଠି ହୋଇ ଗୁଣିଆର ଦୁଇଟି ଘର୍ କୁ ଭାଙ୍ଗି ଦେଇଥିଲେ । ଘର୍ ଭିତରୁ ସିନ୍ଦୂର , ରୁଦ୍ରାକ୍ଷ ଭଳି ଅନେକ ସାମଗ୍ରୀ ବି ମିଳିଛି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଛି । କିନ୍ତୁ ଏବେ ବି ଗାଁରେ ଉତ୍ତେଜନା ଥିବା ବେଳେ ଗୁଣିଆ ଉପରେ ଆକ୍ରୋଶ ମଧ୍ୟ ଦେଖିବା ପାଇଁ ମିଳିଛି ।

Leave a Reply

Your email address will not be published. Required fields are marked *