ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ରୁହ। ଜିଲ୍ଲା ପ୍ରଶାସନ ପେଣ୍ଠକଟାରେ ବୁଲିଲା ପ୍ରଚାର ଗାଡି
ପୁରୀ,୨୬/୯- ସାମ୍ଭାଵ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲା ଉପକୂଳବାସି ସତର୍କ ରହିବାକୁ ପ୍ରଶାସନର ପ୍ରଚାରଗଡ଼ି ବୁଲୁଛି । ମସ୍ୟଜୀବିମାନେ ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି । ଉଚ୍ଚସ୍ଥାନ ଓ ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ କୁହାଯାଇଛି । ପର୍ଯ୍ୟଟକମାନେ ପବନ ବର୍ଷା ବଢିଲେ ସମୁଦ୍ରକୂଳେ ନ ବସିବା ପାଇଁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବ । ଜୋରରେ ପବନ ବୋହିବ । ମଧ୍ୟରାତିରେ ବାତ୍ୟା ଗୁଲାବ ଗୋପାଳପୁର ଓ କଳିଙ୍ଗ ପାଟନମମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଡ଼ିଓ, ତହସିଲଦାର, ଥାନା ଆଇ ଆଇ ସି ମାନେ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ ମହଜୁଦ ଅଛି । ପାନୀୟ ଜଳଓ ବିଦ୍ୟୁତଅଧିକାରୀ, ଉଦ୍ଧାରକାରୀ ଦଳ ସଜାଗ ଅଛନ୍ତି । ବାତ୍ୟା ଆସିଲେ ସାଇକ୍ଲୋନ ସାଇରନ ବାଜିବ । ଦରକାର ପଡିଲେ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଉଦ୍ଧାରକାରୀ ଦଳ, ଓଡ୍ରାଫ ଟିମ, ରାସ୍ତାସଫାକାରୀ ପ୍ରସ୍ତୁତ ଅଛନ୍ତି । ଆଜି ଅଳ୍ପଖରା, ପବନ ଝିପିଝିପି ବର୍ଷା ଜାରି ରହିଛି ।