ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ ଓ ନବୀନ ଓଡିଶା କାଯ୍ୟକ୍ରମ ଉଦଯାପନ ସହିତ ମହାବିଦ୍ୟାଳୟର ବାଷିର୍କ ଉତ୍ସବ ପାଳିତ ହୋଇ ଯାଇଛି, ମୁଖ୍ଯ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗଦେଇ ଯୁବ ଶକ୍ତି ର ବିକାଶ ନିମିତ୍ତ ରାଜ୍ୟ ସରକାର ଙ୍କ ପ୍ରତିଶୃତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଡ, ନିତ୍ୟାନନ୍ଦ ମିଶ୍ର ଙ୍କ ପୌରହିତ ରେ ସଭା ହୋଇ ଥିଲା, ମୁଖ୍ଯ ବକ୍ତା ଓଡିଶା ସାହିତ୍ଯ ଏକାଡେମୀର ସଦସ୍ଯ ପ୍ରଫେସର ପବିତ୍ର ପାଣିଗ୍ରାହୀ ପ୍ରାଚୀନ ସଂସ୍କୃତ ସାହିତ୍ୟ ମାନଙ୍କରୁ ବିଭିନ୍ନ ଉପାଦେୟ ପ୍ରସଙ୍ଗମାନ ଉଦ୍ଧାର କରି ସଂସ୍କୃତ ଭାଷାର ଗରିମାମୟ ଐତିହ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ ସମ୍ମାନିତ ଅତିଥି ତ୍ଯାଗ ଭୂମି ମହୋତ୍ସବ ସଭାପତି ସମାଜ ସେବୀ ଅଜୟ କୁମାର ନାୟକ, ବିଶିଷ୍ଟ ଅତିଥି ରାଜ୍ୟ ବିଜ୍ଞାନ ଏକାଡେମୀର ସଦସ୍ଯ, ଇଂ ଅଭୟ ସୂତାର, କାଉନସିଲର ଏସକେ ଜୁଲଫୁକାର ଅଲ୍ଲୀ, ରାଜଲକ୍ଷ୍ମୀ ମହାପାତ୍ର, ପ୍ରମୁଖ ଛାତ୍ର ଛାତ୍ରୀମାନଙ୍କୁ ବିକାଶ ମହାକୁମ୍ଭ ରେ ସାମିଲ ହେବାକୁ କହିଥିଲେ, ଏହି ଅବସରରେ ବିଶିଷ୍ଟ ସଂସ୍କୃତ ବିଦ୍ବାନ ପଣ୍ଡିତ ଭାଗୀରଥି ନନ୍ଦ ଶର୍ମା, ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ପଦ୍ମନାଭ ପଣ୍ଡା, ପଣ୍ଡିତ ଦୟାନିଧି ଦାଶ, ପଣ୍ଡିତ ଅଭିମନ୍ୟୁ ଶୁକ୍ଳ, ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଯୁବ ବିକାଶ କାର୍ଯ୍ୟକ୍ରମ ର ସଂଯୋଜକ ଅଧ୍ୟାପକ ଶୁକଦେବ ପଣ୍ଡା ସଂମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ,ପ୍ରମୋଦ କୁମାର ନାୟକ, ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ଅତିଥି ପରିଚୟ ରଖିଥିଲେ, କାର୍ଯ୍ୟକ୍ରମ କୁ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ପ୍ରଶାନ୍ତ କୁମାର ଦାଶ, ଗାୟତ୍ରୀ ମହାନ୍ତି, ବସୁମିତ୍ରା ସାହୁ ଶେଷ ରେ ଅକ୍ଷୟ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ, ଛାତ୍ର ଛାତ୍ରୀଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା
Punil Kumar Samanta reporter