ଭଦ୍ରକ ବନ୍ତ ଛକ ଠାରେ ସେକ୍ସ ରାକେଟ ଠାବ

ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ଏଲ ଆଇ ସି, ଅଫିସ ନିକଟରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ବେଳେ ଆଜି ପୋଲିସ ଚଢାଉ କରିଥିଲା ଚଢାଉ ପୂର୍ବ ରୁ ପୁଅ ଓ ଝିଅ ଖସିଯାଇଥିଲେ ପୁଲିସ ସେଠାରୁ କେତେକ ଆପତ୍ତିଜନକ ସାମଗ୍ରୀ ଜବତ କରି ଫେରିଛି ସିଟି ଡିଏସପି ଅଂଶୁମାନ ଦ୍ବିବେଦି ଙ୍କ ସମେତ ଟାଉନ ପୁଲିସ ଓ ସଦର ତହସିଲଦାର ଶୁଭ ଶ୍ରୀ ପ୍ରିୟ ଦର୍ଶନୀ ଖୁଣ୍ଟିଆ ମାଜିଷ୍ଟ୍ରେଟ ଭାବେ ଚଢାଉ ରେ ଭାଗ ନେଇଥିଲେ ବନ୍ତ ଛକ ନିକଟ ଅଞ୍ଚଳ ରେ ବହୁଦିନ ରୁ ଏହି ଭଡାଘରେ ଦେହ କାରବାର ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା, ଆଜି ବିଶେଷ ସୂତ୍ର ରୁ ଖବର ପାଇଁ ପୁଲିସ ପହଞ୍ଚିଥିଲା, ହେଲେ ପୁଲିସ ପହଞ୍ଚିବା ପୂର୍ବ ରୁ ଯୁବକ ଯୁବତୀ ପଛ ପାର୍ଶ୍ବ ରାସ୍ତା ଦେଇ ଚମ୍ପଟ ମାରିଥିବା ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି

Leave a Reply

Your email address will not be published. Required fields are marked *