ହେମନ୍ତ କୁମାର ମହାପାତ୍ର ହେଲେ ଭଦ୍ରକ ଜିଲ୍ଲାର ଯୁବ କଂଗ୍ରେସ ସଭାପତି

ଭଦ୍ରକ ଜିଲ୍ଲାର ଯୁବ କଂଗ୍ରେସ ସଭାପତି ଭାବେ ହେମନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି ୪ଜଣ ପ୍ରତିଦ୍ବନ୍ଦୀ ଙ୍କୁ ପଛରେ ପକାଇ ସେ ସର୍ବାଧିକ ଭୋଟ ପାଇ ସଭାପତି ଭାବେ ବିଜୟୀ ହୋଇଛନ୍ତି ଅଲ୍ ଇଣ୍ଡିଆ ୟୁଥ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ର ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ହୋଇଥିଲା ଏହାର ଫଳଫଳା ପ୍ରକାଶ ପାଇଛି ବିଜୟୀ ହେବା ପରେ ହେମନ୍ତ ଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ଶୁଭେଚ୍ଛା ଞାପନ କରାଯାଇଛି ବିଜୟୀ ହେବା ପରେ ଶ୍ରୀ ମହାପାତ୍ର କହିଛନ୍ତି ଏ ବିଜୟ ହେଉଛି ଜିଲ୍ଲାର ଯୁବଶକ୍ତି ର ପରିଚୟ ଯୁବକ ତଥା ଦଳ ପାଇଁ ନିଷ୍ଠାର ସହିତ କାମ କରି ଜିଲ୍ଲାର ଯୁବକମାନଙ୍କୁ ଆଗେଇ ନେବାରେ ସହାୟକ ହେବେ ପ୍ରତ୍ୟେକ ବୁଥ ସ୍ତରକୁ ଯାଇ ଯୁବକ ମାନଙ୍କୁ ଏକତ୍ରିତ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ରେ ଯୁବ ଶକ୍ତି ଦ୍ବାରା କଂଗ୍ରେସ ଦଳ କୁ ମଜଭୁତ କରିବାକୁ ପ୍ରୟାସ କରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ଏଥିସହିତ ଏହି ବିଜୟ ପାଇଁ ସେ ଦଳର ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାଶ ପିସିସି ସମ୍ପାଦକ ମନୋଜ ବିଶ୍ବାଳ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି ଜିଲ୍ଲା ସଭାପତି ଅଶୋକ ଦାସ ଯୁବ କଂଗ୍ରେସ ନେତା ସତ୍ଯ ନାରାୟଣ ପୁହାଣ ପ୍ରମୁଖ କୃତଜ୍ଞତା ଜଣାଇ ଛନ୍ତି