ବିଜୁଳି ବିଭାଗ କାର୍ଯ୍ୟାଳୟ ଘେରିଲା ଭାରତୀୟ ଜନତା ପାର୍ଟି

ଲକ୍ଷ୍ମୀପୁର.୧୭।୦୬ଟାଟା କମ୍ପାନିକୁ ରାଜ୍ୟ ସରକାର ବିଜୁଳି ବିଭାଗକୁ ବିକି ଦେଲା ପରଠୁ ଅଧିକ ସମସ୍ୟା ଦେଖା ଦେଇଛି।ଏନେଇ ଟାଟା କମ୍ପାନି ତରଫରୁ ନାହିଁ ନଥିବା ନିୟମ କାନୁନ୍ ଲାଗୁ କରାଜିବା ସହ ଦୈନିକ ବିଜୁଳି ଫେଲ୍ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।ଲକ୍ଷ୍ମୀପୁର ବ୍ଲକ ବିଜୁଳି ବିଭାଗ କାର୍ଯ୍ୟାଳୟରେ କିଛି ସ୍ଥାନିୟ ଲୋକେ କାର୍ଯ୍ୟ କରୁଥିବା ବେଳେ ମନମୁକ୍ଷୀ କାର୍ଯ୍ୟ ଚଳାଇଛନ୍ତି।ଜାହାକୁ ନେଇ ସ୍ଥାନିୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମୁଖିନ ହେଉଛନ୍ତି।ଅଭିଯୋଗ କରୁଥିବା ଲୋକଙ୍କ ଘରେ ଜାଣି ସୁଣି ଏଠାକାର କିଛି କର୍ମଚାରି ଭିଜାଲାନ୍ସଙ୍କୁ ଚଢାଉ କରୁଥିବା ଅଭିଯୋଗ ହୋଇଛି।ତେଣୁ ଏଠାକାର ସ୍ଥାନିୟ କର୍ମଚାରିଙ୍କୁ ଅନ୍ୟତ୍ର ବଦଳି କରିବାକୁ ମଧ୍ୟ ଦାବି ହୋଇଛି।ବର୍ତମାନ ଲକ୍ଷ୍ମୀପୁର ବ୍ଲକରେ ୩୪ ରୁ ୩୮ ଡିଗିରି ଦିନର ତାପ ମାତ୍ରା ରହୁ ଥିବା ବେଳେ ରାତିରେ ୩୨ରୁ ୩୫ ଡିଗିରି ରହୁଚି।ଫଳରେ ଏବେ ବିଜୁଳି ଫେଲ୍ ପାଇଁ ଲୋକେ ଘରେ ରହି ପାରୁଛନ୍ତି ନା ବାହାରକୁ ବାହାରି ପାରୁଛନ୍ତି।ବିନା ବର୍ଷା ପବନରେ ଘଣ୍ଟା ଘଣ୍ଟା ଧରି ବିଜୁଳି ଫେଲ୍ ରହୁଚି।କୌଣସି କାରଣ ନଥାଇ ବାର ବାର୍ ବିଜୁଳି ଫେଲ୍ କଣ ପାଇଁ ହେଉଚି ତାହା କେହିବି ଜାଣି ନାହାନ୍ତି।ବିଭାଗ ତରଫରୁ ଜାରି କରା ଜାଇ ଥିବା ଟୋଲଫ୍ରି ନମ୍ବରରେ ଫୋନ କଲେବି ସମସ୍ୟା ଦୁର ହେଉନି।ଥରେ ବିଜୁଳି ଫେଲ ହେଲେ କେତେ ବେଳେ ଆସିବ ତାହା ଜଣା ପଡୁନି।ମନ ଇଛା ବିଜୁଳି ଭିଭାଗ ନିଜର କାର୍ଯ୍ୟ ଚଲାଇଛି।ତେଣୁ ଏଠାକାର ସଭିଏଙ୍କୁ ଅନ୍ୟତ୍ର ବଦଳି ସହ ନୂତନ କର୍ମଚାରିଙ୍କୁ ନିୟୋଜିତ କରାଜାଉ ବୋଲି ସାଧାରଣରେ ଦାବି ହୋଇଛି।ବାର ବାର ବିଜୁଳି ଫେଲକୁ ନେଇ ଲୋକେ ତାତି ଥିବା ଦେଖି ଆଜି ବ୍ଲକ ବିଜେପି ଦଳ ତରଫରୁ ସ୍ଥାନିୟ ବିଜୁଳି ବିଭାଗ କାର୍ଯ୍ୟାଳୟ ଘେରାଉ କରା ଜାଇଛି।କୋରାପୁଟ ଜିଲ୍ଲା ଯୁବ ସଭାପତି ମନୋଜ ସାହୁଙ୍କ ଦ୍ଵାରା ଆୟୋଜିତ ଶୋଭା ଯାତ୍ରାରେ ବିଜେପି କର୍ମୀ ମାନେ ସ୍ଥାନିୟ ପରବ ପଡିଆରୁ ବାହାରି ରାଜ୍ୟ ସରକାର ଓ ଟାଟା କମ୍ପାନି ବିରୋଧରେ ବିସୋଦଗାର କରିବା ସହ ସମସ୍ୟା ସମାଧାନ ନହେଲେ ନିଆଁ ଜଳିବ ବୋଲି ସ୍ଲୋଗାନ ଦେଇ ସ୍ଥାନିୟ ବିଜୁଳି ବିଭାଗ କାର୍ଯ୍ୟାଳୟ ଘେରାଉ କରି ଥିଲେ।ଏଥି ସହ ତୁରନ୍ତ ଟାଟା କମ୍ପାନିକୁ ଫେରା ଜାଉ ନଚେତ ପ୍ରତ୍ୟେକ ବିଜୁଳି କାର୍ଯ୍ୟାଳୟରେ ପସି ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି ଦଳର ବରିଷ୍ଠ ନେତା ମାନେ କହିଥିଲେ।ଏଥିସହ କନିଷ୍ଠ ଯନ୍ତ୍ରୀଙ୍କୁ ୧୫ ମିନିଟ୍ ଧରି ତାଲା ପକାଇ ଗରମର ଅନୁଭୁତି କରାଇଥିଲେ।ଏନେଇ ବିଜୁଳି ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଆମ ହାତରେ କିଛି ନାହିଁ,ଆମେ ଜାଣି ସୁଣି ବିଜୁଳି କାଟୁ ନାହୁଁ,କୌଣସି ଅସୁବିଧାରେ ପଡି ଆପେ ଆପେ ବିଜୁଳି ଫେଲ ହେଉଥିଲେ ମଧ୍ୟ ଆମେ ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ।ଏନେଇ ଆମେ ଶକ୍ତୀ ମନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗା ଜୋଗ କରିବାରୁ ସିଏ ଜାଣି ସୁଣି ସୁଇଜ୍ ଅଫ୍ କରିଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନି।ଏଥିରୁ ସଫା ସଫା ଜଣା ପଡୁଛି କୋରାପୁଟ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ ବୋଲି ସାଧାରଣରେ ମତ ପ୍ରକାସ ପାଇଛି।ଏହାକୁ ଆଖି ଆଗରେ ରଖି ସାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ ମୃତୟନ କରା ଜାଇଥିଲା।

Leave a Reply

Your email address will not be published. Required fields are marked *