Skip to content
- ଗତ ବର୍ଷର ସମାନ ସମୟ ତୁଳନାରେ 36.9 ନିୟୁତ ଟନ ଅଧିକ ପଣ୍ୟ ବୋଝେଇ |
- ଏପ୍ରିଲ୍ ରୁ ନଭେମ୍ବର 2023 ମଧ୍ୟରେ ପଣ୍ୟ ବୋଝେଇ 110007.5 କୋଟି ଟଙ୍କା ଆୟ କରିଛି |
- ଗତ ବର୍ଷର ସମାନ ସମୟ ତୁଳନାରେ ପଣ୍ୟ ବୋଝେଇ ଆୟ 4102.4 କୋଟି ଟଙ୍କା ବୃଦ୍ଧି ପାଇଛି |
- ନଭେମ୍ବର 2023 ରେ ରେଳବାଇ 128.4 ନିୟୁତ ଟନ ପଣ୍ୟ ବୋଝେଇ ହାସଲ କରିଛି ଯାହାକି ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ 4.3% ବୃଦ୍ଧି ହୋଇଛି | ଏପ୍ରିଲ୍ ରୁ ନଭେମ୍ବର 2023 ମଧ୍ୟରେ ଭାରତୀୟ ରେଳ ପଣ୍ୟ ବୋଝେଇ କ୍ଷେତ୍ରରେ 1015.669 ନିୟୁତ ଟନ ହାସଲ କରିଛି ଯାହାକି ଗତ ବର୍ଷର ସମାନ ସମୟ ମଧ୍ୟରେ ପଣ୍ୟ ବୋଝେଇ 978.724 ନିୟୁତ ଟନ ତୁଳନାରେ ପ୍ରାୟ 36.945 ନିୟୁତ ଟନ ବୃଦ୍ଧି ହୋଇଛି | ଆୟ କ୍ଷେତ୍ରରେ ଭାରତୀୟ ରେଳବାଇ ଗତ ଆର୍ଥିକ ବର୍ଷର ନଭେମ୍ବର ମାସ ପର୍ଯ୍ୟନ୍ତ ଆୟ 105905.1 କୋଟି ଟଙ୍କା ତୁଳନାରେ 110007.5 କୋଟି ଟଙ୍କା ଆୟ କରିଛି ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ପ୍ରାୟ 4102.445 କୋଟି ଟଙ୍କା ଅଧିକ ଅଟେ | ନଭେମ୍ବର 2023 ରେ, ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇ 123.088 ନିୟୁତ ଟନ ତୁଳନାରେ ଚଳିତ ଆର୍ଥିକ ବର୍ଷରେ 128.419 ନିୟୁତ ଟନ ପଣ୍ୟ ବୋଝେଇ କରେଇପାରିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ 4.33% ଅଧିକ ଅଟେ | ଆୟ କ୍ଷେତ୍ରରୁ କେବଳ ନଭେମ୍ବର ମାସରେ ଗତ ବର୍ଷର 13559.83 ଟଙ୍କା ତୁଳନାରେ ଚିଳିତ ଆର୍ଥିକ ବର୍ଷ ନଭେମ୍ବର ମାସରେ 14077.94 କୋଟି ଟଙ୍କା ଆୟ କରାଯାଇପାରିଛି ଯାହାକି ପ୍ରାୟ 3.82% ବୃଦ୍ଧି କରିପାରଟିଛି | ଭାରତୀୟ ରେଳ କୋଇଲା ବୋଝେଇରେ 65.48 ନିୟୁତ ଟନ, ଲୁହାପଥର ବୋଝେଇ ବାବଦରେ 14.99 ନିୟୁତ ଟନ, ପିଗ ଆଇରନ୍ ଏବଂ ଫିନିଶ୍ ଷ୍ଟିଲ 5.25 ନିୟୁତ ଟନ, କ୍ଲିଙ୍କର କୁ ଛାଡି ସିମେଣ୍ଟରେ 5.58 ନିୟୁତ ଟନ, କ୍ଲିଙ୍କର 4.61 ନିୟୁତ ଟନ, ଖାଦ୍ୟ ଶଷ୍ୟ 3.82 ନିୟୁତ ଟନ, ସାର 5.97 ନିୟୁତ ଟନ, ଖଣିଜ ତେଲରେ 4.176 ନିୟୁତ ଟନ, କଣ୍ଟେନରରେ 6.91 MT ଏବଂ ଅନ୍ୟାନ ସାମଗ୍ରୀ 8.59 ନିୟୁତ ଟନ ବୋଝେଇ କେବଳ ନଭେମ୍ବର, 2023 ରେ ହାସଲ କରିଛି | “ହଙ୍ଗରି ଫର କାର୍ଗୋ”ବା “ଭୋକିଲା କାର୍ଗୋ” ମନ୍ତ୍ର ଅନୁସରଣ କରି, ଭାରତୀୟ ରେଳବାଇ ବ୍ୟବସାୟ କରିବାର ସହଜତା ତଥା ପ୍ରତିଯୋଗିତାମୂଳକ ମୂଲ୍ୟରେ ସେବା ବିତରଣରେ ଉନ୍ନତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଛି | ଗ୍ରାହକ କେନ୍ଦ୍ରିକ ଆଭିମୁଖ୍ୟ ଏବଂ ବ୍ୟବସାୟ ବିକାଶ ୟୁନିଟ୍ ର କାର୍ଯ୍ୟ ଚତୁର ନୀତି ପ୍ରସ୍ତୁତ ଦ୍ୱାରା ସମର୍ଥିତ ରେଳବାଇକୁ ଏହି ମହତ୍ୱପୂର୍ଣ୍ଣ ସଫଳତା ଦିଗରେ ସାହାଯ୍ୟ କରିଛି |
Views: 73