ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

। -କାମାକ୍ଷାନଗର ବ୍ଲକ ପକ୍ଷରୁ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ସରକାରଙ୍କ ପକ୍ଷରୁ ଭିର୍ନକ୍ଷମ ମାନଙ୍କ ପାଇଁ ଦିଆଯାଉଥିବା ସୁବିଧା ଉପରେ ଆଲୋକପାତ କରିଥିଲେ l ତହସିଲଦାର ପ୍ରିୟବ୍ରତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ରଣଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଶିବିରରେ ୧୧୫୯ ଜଣଙ୍କୁ ପଞ୍ଜିକରଣ କରାଯାଇଥିଲା। ଶିବିରରେ ବିଭିନ୍ନ ବିଭାଗର ଡ଼ାକ୍ତର ମାନେ ଉପସ୍ଥିତ ରହି ପରୀକ୍ଷା କରିବାସହ,ସେଥି ମଧ୍ୟରୁ ଆଖି ବିଭାଗରେ ୧୨୪ ଜଣ,ଗଳା ନାଶା କାନ ବିଭାଗରେ ୧୫୯ ଜଣ,ମାନସିକ ବିଭାଗରେ ୩୪୪ ଜଣ,ଅସ୍ଥିଶଲ୍ୟ ବିଭାଗରେ ୫୧୫ ଜଣ ଙ୍କ ର ପରୀକ୍ଷା କରାଯାଇ ଆନୁସାଙ୍ଗିକ ବ୍ୟବସ୍ଥା କରଯାଇଥିଲା l ଢେଙ୍କାନାଳ ଜିଲ୍ଲା ମଙ୍ଗଳ ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l ଏହି ଶିବିରରେ ଦୁରଦୂରାନ୍ତରୁ ଆସିଥିବା ହିତାଧିକାରୀ ଙ୍କ ପଞ୍ଜିକୃତ କରିବା, ସେମାନଙ୍କୁ ସଠିକ ଭାବେ ପରୀକ୍ଷା ନକରିବା ଆଦି ନେଇ ହିତାଧିକାରୀ ଙ୍କ ସହିତ ଆସିଥିବା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l

Leave a Reply

Your email address will not be published. Required fields are marked *