ବ୍ଲକ ତରଫରୁ ଭୀମଭୋଇ କାର୍ଯ୍ୟକ୍ରମ

ବ୍ଲକ ତରଫରୁ ଭୀମଭୋଇ କାର୍ଯ୍ୟକ୍ରମ ସୋରଡ଼ା 2 1 2024 ସ ମି ସି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ କାର୍ଯ୍ୟଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଛି।ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପୂର୍ଣଚନ୍ଦ୍ର ସ୍ବାଇଁ,ବ୍ଲକ ଅଧ୍ୟକ୍ଷ ସାଇବାଣୀ ମଲ୍ଲିକ, ଗୋଷ୍ଠୀ ଉର୍ଣ୍ଣାୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ମହିଳା ଓ ଶିଶୁ ବିକାଶ ଅଧିକାରୀ ସରୋଜିନୀ ବେହେରା,ରାଜ୍ୟ ସରକାରଙ୍କ ପୁରସ୍କୃତ ସରପଞ୍ଚ ତ୍ରିଲୋଚନ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।ଏହି ଆୟୋଜିତ ସଭାରେ ବିଧାୟକ ଦିବ୍ୟଙ୍ଗ ମାନଙ୍କୁ ଆଜିର ଦିନରେ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଓ ଭିନ୍ନକ୍ଷମ ସଶକ୍ତର ମହତ୍ତ୍ୱ ବୁଝାଇବା ସହ ରାଜ୍ୟ ସରକାରଙ୍କ ସୁ ଶାସନ ଦ୍ଵାରା ଜାତି ,ଧର୍ମ,ବର୍ଣ୍ଣ ଓ ଧନୀ ଗରିବ ସମସ୍ତ ଙ୍କୁ ସମାନ ଅଧିକାର ଦିଆଯାଇ ଭେଦଭାବ ନ ରହିବା ଉଧେସ୍ୟରେ ଉର୍ଣ୍ଣତ ଧରଣର ଉପକରଣ ବଣ୍ଟନ ସହ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି ।

ଏଣୁ ସରକାରଙ୍କ ସମସ୍ତ ସୁବିଧା ନେଇ ସଶକ୍ତ ହେବା ନେଇ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ତଥା ବ୍ଲକର ସମସ୍ତ କର୍ମଚାରୀଙ୍କ ସହିତ ପିଇଓ ,ଜି ଆର ଏସ ,ଏମ୍ ବି କେ ,ସିଆରପି ଆଦି ସହଯୋଗ କରିଥିଲେ ।ଏହି ବ୍ଲକରେ ମୋଟ 765 ଜଣ ଭିନ୍ନକ୍ଷମ ଚିହ୍ନଟ ହୋଇଥିଲ।ଓ ପରବର୍ତ୍ତୀ ସମୟରେ ଚୟନ ହୋଇଥିବା 132ଜଣଙ୍କୁ ବିଭିନ୍ନ ସହାୟକ ଉପକରଣ ଯଥା ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର ଆଦି ବଣ୍ଟନ କରାଯିବା ନେଇ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କଲ୍ୟାଣି ଦାସ ,ଉପ ସମାଜ ମଙ୍ଗଳ ଅଧିକାରୀ ଆଶିଷ ଶବର, ବ୍ଲକର ସମାଜ ମଙ୍ଗଳ ଅଧିକାରୀ ବିଶ୍ୱମିତ୍ରା ଦଳେଇ,ଆରତ ସାମନ୍ତରାୟ, BRT ଜଗନ୍ନାଥ ବେହେରା ଆୟୋଜନ କରିଥିଲେ।

ସୋରଡ଼ା ରୁ ନାରାୟଣ ଡାକୁଆ

Leave a Reply

Your email address will not be published. Required fields are marked *