୨୦୨୪ ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ବାଇଡେନ

ଓ୍ବାଶିଂଟନ,୨ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ଭାଗ ନେବେ ବୋଲି ଘୋଷଣା କରିଛନ୍ତି। ତଥାପି ଏନେଇ ଆଉ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। କିଏ ଏହାକୁ ପରିଚାଳନା କରିବ? ଏହା କେଉଁଠାରେ ଆଧାରିତ ହେବ? ଶେଷରେ ସେ ଏହାକୁ କେବେ ଅଫିସିଆଲ କରିବେ ଇତ୍ୟାଦି ଇତ୍ୟାଦି…

ପରାମର୍ଶଦାତା କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ବାଇଡେନ ଶୀଘ୍ର କାର୍ଯ୍ୟ କରିବେ ନାହିଁ। ବାସ୍ତବରେ ଟ୍ରମ୍ପ ତାଙ୍କର ୨୦୨୪ ଅଭିଯାନ ଘୋଷଣା କରିସାରିଛନ୍ତି।

ଓ୍ବାଶିଂଟନର ଡେମୋକ୍ରାଟିକ୍‌ ରଣନୀତିଜ୍ଞ ବ୍ରଡ ବ୍ୟାନନ କହିଛନ୍ତି, ସେ ଯେତେ ଦିନ ହ୍ବାଇଟ୍‌ ହାଉସରେ ନିଜ କର୍ତ୍ତବ୍ୟରେ ଧ୍ୟାନ ଦେବେ, ସେ ତାଙ୍କ ନିର୍ବାଚନ ଅଭିଯାନ ବିଷୟରେ ଚିନ୍ତା କରି ପାରିବେ। କାରଣ ପର୍ନ ଅଭିନେତ୍ରୀଙ୍କୁ ଟଙ୍କା ପ୍ରଦାନରେ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯାହାକି ବାଇଡେନଙ୍କୁ ସୁହାଇବ। ପ୍ରଥମ ଦିନରୁ ଅଭିଯାନର ରଣନୀତି କାର୍ଯ୍ୟକାରୀ କରିବାକୁ ବାଇଡେନଙ୍କ ଆଭ୍ୟନ୍ତରୀଣ ରାଜନୈତିକ ସର୍କଲ ଯୋଜନା କରିଛି।

Leave a Reply

Your email address will not be published. Required fields are marked *