ବାଇଡେନଙ୍କ ଘୋଷଣା: ବିମାନ ବାତିଲ ଅବା ବିଳମ୍ବ ହେଲେ ମିଳିବ କ୍ଷତିପୂରଣ

ଓ୍ବାଶିଂଟନ,୯।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି କି ତାଙ୍କ ପ୍ରଶାସନ ଏକ ନିୟମ କରିବ, ଯେଉଁଥିରେ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ କ୍ଷତିପୂରଣ ଦେବ, ସେମାନଙ୍କ ଭୋଜନ ଓ ହୋଟେଲ ଖର୍ଚ୍ଚ ବହନ କରିବ, ଯଦି ଏୟାରଲାଇନ୍ସ ପକ୍ଷରୁ ଫ୍ଲାଇଟ କ୍ୟାନସେଲ ଅବା ରଦ୍ଦ ହେଉଛି। ଏହି କ୍ଷତିପୂରଣ ଟିକେଟ ରିଫଣ୍ଡ ସହ କରାଯିବ। ଏହା ଆମେରିକାରେ ଉପଭୋକ୍ତାଙ୍କୁ ୟୁରୋପୀୟ ସଂଘର ସମାନ ସୁରକ୍ଷା ପ୍ରଦାନ କରିବ।

ବାଇଡେନ କହିଛନ୍ତି, ମୁଁ ଜାଣେ ଆପଣ ଆମେରିକୀୟ ଏୟାରଲାଇନ୍ସରୁ ପାଇଥିବା ସେବାରେ ଆପଣଙ୍କ ମଧ୍ୟରୁ କେତେଜଣ ନିରାଶ ହୋଇଛନ୍ତି। ସେଥିପାଇଁ ଆମେରିକାର ବିମାନ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସେବା ଦେବା ଆମର ସର୍ବୋଚ୍ଚ ପ୍ରାଥମିକତା। ଆପଣ ଆପଣଙ୍କ ଟିକେଟର ମୂଲ୍ୟ ପାଇବାକୁ ଅଧିକ ଯୋଗ୍ୟ ଅଟନ୍ତି। ଆପଣ ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇବାକୁ ଯୋଗ୍ୟ। ଆପଣଙ୍କ ସମୟ ମୂଲ୍ୟବାନ। ପରିବହନ ବିଭାଗର ଅଧିକାରୀ, ଯିଏ ନୂଆ ନିୟମ ଲେଖିବେ ସେ କହିଛନ୍ତି, ପ୍ରକ୍ରିୟା ଆରମ୍ଭ କରିବାକୁ ଆବଶ୍ୟକ ନୋଟିସ ଶୀଘ୍ର ପ୍ରକାଶିତ କରିବାକୁ କାମ ଚାଲିଛି।

Leave a Reply

Your email address will not be published. Required fields are marked *