BIG BREAKING -ଚିକିତ୍ସା ଧୀନ ଅବସ୍ଥାରେ ଶୁଭେନ୍ଦୁଙ୍କ ମୃତ୍ୟୁ

ଚିକିତ୍ସା ଧୀନ ଅବସ୍ଥାରେ ଶୁଭେନ୍ଦୁଙ୍କ ମୃତ୍ୟୁଭଞ୍ଜନଗର -ଗତ ମାସ 25 ତାରିଖ ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ନିକଟସ୍ଥ ଖେମୁଣ୍ଡି ଛକ ଠାରେ ଏକ ଘରୋଇ କନ୍ୟା ଯାତ୍ରୀ ବସ ସହ ଏକ ସରକାରୀ ବସ ମୁଁହା ମୁଁହି ଧକ୍କା ହୋଇଥିଲା | ଯାହାଫଳରେ ଏହି ଦୁର୍ଘଟଣା ରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ଭଞ୍ଜନଗର ନିକଟସ୍ଥ ମୁଜାଗଡ଼ ଗ୍ରାମର 5 ଜଣଙ୍କ ମୃତ୍ୟ ହୋଇଥିଲା | ସମସ୍ତଙ୍କର ସାମୁହିକ ଶବ ସତ୍କାର କରାଯାଇଥିବା ବେଳେ ସେଥିମଧ୍ୟରୁ ମୁଜାଗଡ଼ ଗ୍ରାମର ମୃତ୍ୟୁ ସୁଜ୍ଞାନୀ ପ୍ରଧାନଙ୍କ ସ୍ୱାମୀ ଶୁଭେନ୍ଦୁ ପ୍ରଧାନ ଦୀର୍ଘ 9 ଦିନ ହେଲା କଟକ scb ଠାରେ ଜୀବନ ଓ ମୃତ୍ୟୁ ସହ ଲଢେଇରେ ଆଜି ଶେଷରେ ଆଖି ବୁଜିଛନ୍ତି | ଏହି ଖବର ପ୍ରସାରଣ ହେବା ପରେ ପୁଣି ଥରେ ମୁଜାଗଡ଼ ଗ୍ରାମକୁ ସ୍ତବ୍ଧ କରିଦେଇଛି |