ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ

ଜଟଣୀ:ପ୍ରବାଦ ପୁରୁଷ ତଥା ମହା ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ଜଟଣୀ ଡମଣେଇଂ ମନ୍ଦିର ପ୍ରାଙ୍ଗଣରେ ନିରାଡମ୍ବର ଭାବେ ପାଳନ କରାଯାଇଛି। ଏହି ତିରୋଧାନ ଦିବସ କିଭଳି ସରସ ସୁନ୍ଦର ହେବ ସେଥିପ୍ରତି ସହଯୋଗ କରିଥିଲେ ପୁର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଭୁତି ବଳବନ୍ତରାଏ ସମ୍ପୁର୍ଣ୍ଣ ସହୋଯୋଗ କରିଥିଲେ। ଏତଦ୍ ବ୍ୟତୀତ ଶ୍ରୀ ସୁଦର୍ଶନ ସୁନ୍ଦରାୟ, ପୌର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଅନନ୍ତ ସତପଥି, ବିଯୟ ଛୋଟରାୟ, ବିଯୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଦିପର ପ୍ରଦୀପ ଜାଳି ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ଶତାଧିକ ବିଜୁ ପ୍ରେମି ପୁରୁଷ, ମହିଳା ବହୁ ମାତ୍ରାରେ ଏକତ୍ରିତ ହୋଇ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆତ୍ମା ଆମର ରହେ ଯୟ ଯୟଗାନ କରିଥିଲେ। ଶ୍ରୀଯୁକ୍ତ ବିଭୁତି ବଳବନ୍ତରାଏ ଭାଷଣ ମାଧ୍ୟମରେ ଜନ ସାଧାରଣଙ୍କୁ ଅବଗତି କରିଥିଲେ, ସ୍ୱର୍ଗତ ବିଜୁ ବାବୁଙ୍କୁ ମନେ ରଖିବାକୁ ହେଲେ, ବିଜୁ ଜନତା ଦଳକୁ ବହୁ ମାତ୍ରାରେ ସହୋଯୋଗ କରିବା ନିତାନ୍ତ ଆବଶ୍ୟକ। ସେଥି ପ୍ରତି ଆଗ୍ରହ ରଖିବାକୁ ନିବେଦନ ମଧ୍ୟ କରିଥିଲେ। ସର୍ବ ଶେଷରେ ପୁରୁଷ ଏବଂ ମହିଳା ମାନେ ସ୍ୱର୍ଗତ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ହରିବୋଲ, ହୁଳହୁଳି ଦେଇ ସଭା ସାଙ୍ଗ କରାଯାଇଥିଲା।