ବିକାଶ ବାହନ ରଥ ପ୍ରତି ପଞ୍ଚାୟତକୁ ଗଲା ଗରୀବ ଅସହାୟ ପରିବାରଙ୍କୁ ସରକାରୀ ଅନୁଦାନ ବାଣ୍ଟିଲା
ବିକାଶ ବାହନ ରଥ ପ୍ରତି ପଞ୍ଚାୟତକୁ ଗଲା ଗରୀବ ଅସହାୟ ପରିବାରଙ୍କୁ ସରକାରୀ ଅନୁଦାନ ବାଣ୍ଟିଲା ।
ଫୁଲବାଣୀ:-୨୩/୦୬ ରାଜ୍ୟରେ ନୂତନ ଭାବେ ବିଜେପି ଶାସନ ଭାର ଗ୍ରହଣ କଲାପରେ ମହୋନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେଲାପରେ ଏହି ଏକ ବର୍ଷ ମଧ୍ୟରେ ଲୋକଙ୍କ ପାଖରେ ସରକାରୀ ଯୋଜନା କଣ କଣ ପହଞ୍ଚିଛି ଓ କେତେ ବିକାଶ ହୋଇଛି ଏହି ବାର୍ତ୍ତା ସର୍ବସାଧାଣରେ ପହଞ୍ଚାଇବା ପାଇଁ ବିକାଶ ବାହନ ରଥର ପରିକ୍ରମା ନେଇ ଏକ ନୂତନ ଅଭିନୟ ଅଭିଜାନ ଜୁନ ମାସ ୧୨ ତାରିଖ ଠାରୁ ଆରମ୍ଭ କରି ୨୧ ତାରିଖରେ ସମାପ୍ତ କରିଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ମଧ୍ୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ଙ୍କ ନେତୃତ୍ୱରେ ପ୍ରତି ପଞ୍ଚାୟତକୁ ଦୀର୍ଘ ୯ ଦିନ ଧରି ବିକାଶ ବାହନ ରଥ ପରିକ୍ରମା କରି ଲୋକ ସମ୍ମିଳନୀ କରି ଗରୀବ ଅସହାୟ ପରିବାରଙ୍କୁ ସରକାରଙ୍କ ବିଭିନ୍ନ ମହୋତ୍ଵ ଯୋଜନାର ଅନୁଦାନ ବାଣ୍ଟିଥିବା ଦେଖିବାକୁ ମିଳିଛି। ଏହି ମହୋତ୍ବ ପୂର୍ଣ୍ଣ କାର୍ଯ୍ୟକ୍ରମ ବ୍ଲକ ମୂଖ୍ୟ କାର୍ଯ୍ୟାଳୟ ଖଜୁରୀପଡ଼ା ପଞ୍ଚାୟତ ଠାରୁ ଆରମ୍ଭ ହୋଇ ଅପହଞ୍ଚ ଇଲାକା ବିଲାବାଡ଼ି ପଞ୍ଚାୟତାରେ ଉଦଯାପନ ହୋଇ ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଛି। ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବାହିନୀପତି ଙ୍କ ତତ୍ବାବଧାନରେ ପ୍ରତି ପଞ୍ଚାୟତରେ ଗରୀବ ଅସହାୟ ପରିବାରଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ପ୍ରଦାନ କରିଛନ୍ତି। ସେଗୁଡ଼ିକ ହେଲା ଅନ୍ତଦୋୟ ଗୃହ ଯୋଜନାରେ ୧୪୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସେହିଭଳି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ୧୦୦ ଜବକାର୍ଡ,୧୨୪ ରେଶନକାର୍ଡ,ପ୍ରଧାନ ମନ୍ତ୍ରୀ କିସାନ କାର୍ଡ ୨୨୮,ମୂଖ୍ୟମନ୍ତ୍ରୀ କିସାନ କାର୍ଡ ୨୯୦, ଭିନ୍ନ କାଟାଜାରି ଅନୁସାରେ ପଭୟ ବନ୍ଦନା ଯୋଜନା କାର୍ଡ ୧୫୮ ଓ ୩୪,ସାମୂହିକ ଜଙ୍ଗଲ ଜମିପଟ୍ଟା ୨୦୫, ନିର୍ମାଣ କଲ୍ୟାଣ ଯୋଜନାରେ ୩ ହିତାଧିକାରୀ,୮୪ ଟି ଶ୍ରମିକ କାର୍ଡ,୧୬ଟି ଆଧାର ଏନରୋଲମେଣ୍ଟ ,କେୟାଇସି ୧, ଜନଧନ ଯୋଜନାରେ ୨୧ ବ୍ୟାଙ୍କ ଖାତା,୧୦୬ ନୂତନ ଭତା ଓ ୧୩୬ ଭିନ୍ନକ୍ଷମ ପ୍ରମାଣ ପତ୍ର। ଏହି ସବୁରେ
ବ୍ଲକରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ,ମିଶନ ଶକ୍ତି ପରିଚାଳନା ଅଧିକାରୀ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ,ଯୋଗାଣ ବିଭାଗ ଅଧିକାରୀ,ବନ ବିଭାଗ କର୍ମଚାରୀ,ରାଜସ୍ୱ ବିଭାଗ ଅଧିକାରୀ,ଶିକ୍ଷା ବିଭାଗ,ସମ୍ମନୀତ ଶିଶୁ ବିଭାଗ,କୃଷି ବିଭାଗ ଅଧିକାରୀ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମିତିସଭ୍ୟ/ସଭ୍ୟା ସରପଂଚ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଯୋଜନର ସଫଳ ରୂପାୟନ ପାଇଁ ସଚେତନତା ବାର୍ତ୍ତା ମଧ୍ଯ ଦିଆଯାଇଥିଲା।