ଭୁବନେଶ୍ୱରରେ ବୁଲିଲା ବିକାଶ ଯୋଜନା ରଥ

ଆଜି ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା, ସ୍ଥାନୀୟ ବଡଗଡ କଲ୍ୟାଣ ମଣ୍ଡପଠାରୁ ବାହାରି ଭୁବନେଶ୍ୱରର ବିଭିନ୍ନସ୍ଥାନ ପରିକ୍ରମା କରିଛି । ସରକାରଙ୍କ ତରଫରୁ ବାହାରିଥିବା ଏହି ପ୍ରଚାର ଗାଡିକୁ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଅମରେଶ ଜେନା, ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁକୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ, ପ୍ରୀୟଙ୍କା ମଲ୍ଲିକ, ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ମହେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସରକାରଙ୍କ କଲ୍ୟାଣ ଯୋଜନାର ବିଭିନ୍ନ ଷ୍ଟଲ ରହିଥିଲା । ଫଳରେ ଲୋକମାନେ ବିଭିନ୍ନ ଯୋଜନା ବାବଦରେ ପଚାରି ବୁଝିଥିଲେ । ଏହି ରଥଭୁବନେଶ୍ୱର ମହାନଗର ନିଗମ ଅଂଚଳର ୭ଟି ସ୍ଥାନ ପରିକ୍ରମା କରି ସରକାରଙ୍କର ବିଭିନ୍ନ ଯୋଜନା ବାବଦରେ ପ୍ରଚାର ପ୍ରସାର କରିବା ସହ ସଚେତନ କରାଇଛି ା ପରବର୍ଚାୀ ସମୟରେ ଏହି ରଥ ରାଜଧାନୀର ବିଭିନ୍ନ ଅଂଚଳ ପରକ୍ରିମା କରି ସରକାରଙ୍କ ଯୋଜନା ବାବଦରେ ଲୋକମାନଙ୍କୁ ଅବଗତ କରାଇବ ।
ଏହି ପ୍ରଚାର ରଥରେ ବିଭିନ୍ନ ଯୋଜନା ବାବଦରେ ଚିତ୍ରିତ ସୂଚନାମାନ ଦିଆଯାଇଛି । ଏହା ସାଙ୍ଗକୁ ଏକ ଏଲସିଡି ସ୍କ୍ରିନରେ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣ ଯୋଜନା ବାବଦରେ ଭିଡିଓ ପ୍ରଦର୍ଶନ କରାଯାଉଛି । ଏହି ଭିଡିଓଗୁଡିକରେ ଥିବା ବଷୟବସ୍ତୁଗୁଡିକ ଯାହାକି ଗରିବ, ସାଧାରଣ ଚାଷୀ, ନାରୀ ଶକ୍ତି, ମଧ୍ୟବିଚାଙ୍କ ସେବା, ସ୍ୱାସ୍ଥ୍ୟସେବା, ସୁରକ୍ଷା, ଆର୍ଥିକ ନୀତି, ସାଧାରଣ ବ୍ୟବସାୟୀ, ଐତିହ, ପରିବେଶ ଇତ୍ୟାଦିର ବିକାଶ ବାବଦରେ ଜନସାଧାରଣଙ୍କୁ ଅବଗତ କରାଯାଇଛି । ଯେଉଁମାନେ ଏହି ସେବା ପାଇବା ପାଇଁ ଯୋଗ୍ୟ ସେମାନେ ସରକାରଙ୍କ ନିୟମ ଅନୁସାରେ ଆବେଦନ କରିବାକୁ କୁହାଯାଇଛି । ଆଜି ଏହି ପ୍ରଚାର ରଥ ସ୍ଥାନୀୟ ବଡଗଡ କଲ୍ୟାଣ ମଣ୍ଡପଠାରୁ ବାହାରି ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଯାହାକି ଯାତ୍ରୀ ନିବାସ, ଝାଡପଡା, ଲକ୍ଷ୍‌ମୀ ସାଗର, ନେତାଜୀ କ୍ଲବ, ବଡଗଡ, କ୍ୟାରମ ପଡିଆ, ନେତାଜୀ ପଡିଆ ପ୍ରମୁଖ ଅଂଚଳ ପରିକ୍ରମା କରିଛି । ଭୁବନେଶ୍ୱରରେ ସମୁଦାୟ ୩୪ଟି ସ୍ଥାନ ଭ୍ରମଣ କରି ଏହି ରଥ ବିଭିନ୍ନ ସରକାରୀ ଯୋଜନା ବାବଦରେ ବୁଝାଇବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *