ଅଜଣା ଗାଡି ଧକ୍କାରେ ବାଇକି ଆରୋହି ମୃତ୍ୟୁ

ଭୂବନେଶ୍ୱର – କୋଣାର୍କ ମୁଖ୍ୟ ରାସ୍ତା ପାଟେଳିଆ ଛକଠାରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା, ମଙ୍ଗଳବାର ସନ୍ଧ୍ୟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକି ଆରୋହି ମୃତ ହୋଇଥିବା ଦେଖିବାକୁ ମିଳିଛି, ଖବରପାଇ ଗୋପ ଅଗ୍ନିଶମ ବିଭାଗ ଘଟଣା ସ୍ଥାନରେ ପହଞ୍ଚି ବେକ୍ତିଙ୍କୁ ପ୍ରଥମେ ଗୋପ ମେଡିକାଲ ନେବା ସୂଚନା ଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ଖବର ପାଇଁ ଗୋପ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି, ଏପର୍ଯ୍ୟନ୍ତ କେଉଁ ଗାଡି ଧକ୍କା ଦେଲା

ଜଣାପଡିନଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମ ଶିବ ଦିକ୍ଷୀତ ଘର ବଳଙ୍ଗା ଥାନା ରୁପେଦେଇପୁରର ବୋଲି ଜଣାପଡିଛି । ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ, ଘରକୁ ଫେରିବା ବାଟରେ ଏପରି ଅଭାବନୀୟ ପରିସ୍ଥିତିରେ ଦୃର୍ଘଟଣା ରେ ମୃତ୍ୟୁ ହୋଇଥିବା ଜଣାପଡିଛି।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ