ବୀର ସହିଦ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ବ୍ୟାସନଗର ସହର ଅନ୍ତର୍ଗତ ଚାନ୍ଦମା ସ୍ଥିତ ୧୦ ନଂ ୱାର୍ଡରେ ବିର୍ସାମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ସଭାପତି ବିରେନ ଜାମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ଦିଲୀପ ମଲିକ, କନ୍ଦ ଚରଣ ବୁଡିଆଲି, ନିମାଇଁ ଚରଣ ନାୟକ ଓ ସ୍ଥାନୀୟ କଉନସିଲର ପ୍ରମୁଖ ଯୋଗ ଦେଇଥିଲେ l ବୀର ସହିଦ ବିର୍ସାମୁଣ୍ଡାଙ୍କ ଇତିହାସ ଓ ଆଦିବାସୀ ମାନଙ୍କ ଐତିହ ପରମ୍ପରା ବଞ୍ଚାଇ ରଖିବାକୁ ଏହି ଅଞ୍ଚଳରେ ଏକ ଶ୍ମାଶନ ଓ ହାଟ କିପରି ପ୍ରତିଷ୍ଠା କରାଯାଇ ପାରିବ ଏନେଇ ଅଭିଭାଷଣ ରଖିଥିଲେ l ଏହି ଅଞ୍ଚଳରେ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିମନ୍ତେ ଅତିଥି ମାନଙ୍କ ଦ୍ୱାରା ପତାକା ଉତ୍ତଳନ କରିବା ସହ ଉକ୍ତ ସ୍ଥାନରେ ଶୁଭ ଦିଆଯାଇଥିଲା l ଏହି ଅବସରରେ ମନୋରଞ୍ଜନ ପାଇଁ ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା l ତେବେ ଏହି ଉଦ୍ଘାଟନୀ ଦିବସରେ ସଭାପତି ବିରେନ ଯାମୁନ୍ଦା, ସମ୍ପାଦକ ଦୀନବନ୍ଧୁ ହେମ୍ବ୍ରମ, ଶିବରାମ ମୁଣ୍ଡା, ରବୀନ୍ଦ୍ର ଯାମୁନ୍ଦା, ସୁନାରାମ ମାରାଣ୍ଡି, ମାଙ୍ଗିଲାଲ ତିୟୁ, ରାମଚନ୍ଦ୍ର ହଁନଗା, ସାଙ୍ଗୀ ହାଁସଦା, ରାଜେନ୍ଦ୍ର ଗୁଣ୍ଡୁଆ, ଉଗ୍ରେସେନ ସାହୁଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l

ଯାଜପୁର ବ୍ୟାସନଗରରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *