ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ପାଳନ

ଭଦ୍ରକ ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ପାଳନ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି lଜିଲ୍ଲା ଯୁବ ସଭାପତି ଖବରଦାତା ରବିନାରାୟଣ ଖିଲାର ଙ୍କ ସଭାପତିତ୍ଵରେ ଉଦଘାଟକ ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ମୁଖ୍ୟ ଅତିଥି ଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ନରେନ ପଲେଇ ଜିଲ୍ଲା ଯାଦବ ସଭାପତି ସୁଧାଂଶୁ ନାୟକ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ସାମାଜିକ କର୍ମୀ ସଂଯୁକ୍ତା ଦାସ, ବିଜେପି ଜିଲ୍ଲା ସଭାନେତ୍ରୀ କଳ୍ପନା ଜେନା, ଶିକ୍ଷାବିତ ରମାକାନ୍ତ ନାୟକ, ରାଜ୍ୟ ଯୁବ ସମ୍ପାଦକ ଅମର ନାୟକ, ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା, ସୁଶ୍ରୀ ଅଞ୍ଜନା ମିଶ୍ର ପ୍ରମୁଖ ଯୋଗ ଦେଇ ଯାଦବ ସଂଘର ଇତିହାସ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ର ଜନ୍ମ ଓ ତାଙ୍କ ଲୀଳା ଖେଳ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l କବି ମନୋଜ ପଣ୍ଡା ମଞ୍ଚ ଆମନ୍ତ୍ରଣ,ଆବାହକ କୃଷ୍ଣଚନ୍ଦ୍ର ବେହେରା,ଜଗତ ଜୀବନ ବାରିକ, ରାଜେଶ ବାରିକ,କଣ୍ଠ ଶିଳ୍ପୀ ଶୁଭ୍ର ସ୍ମିତା ରାଉତ ଅତିଥିଙ୍କୁ ସ୍ୱାଗତ କରିଥିଲେ lଏହି ଅବସରରେ ଗ୍ରାମାଞ୍ଚଳ ଥାନାଧିକାରୀ ଅମିତାଭ ଦାସ, ଯାଦବ ନେତା ନିତ୍ୟାନନ୍ଦ ବେହେରା, ବିଜୟ କୁମାର ବରଜ, ଆଧ୍ୟାପକ ଜୟନ୍ତ ପରିଡା,ଆଇପିଓ ଶଶିଶେଖର ବେହେରା ଶିକ୍ଷକ ଗୋପବନ୍ଧୁ ବାରିକ,ମନୋଜ ପଣ୍ଡା,ଅଭିଜିତ ପୁଣ୍ଟିଆ ସମେତ ପ୍ରାୟ 120 ଜଣ ନୃତ୍ୟ ପରିବେଷଣ କରିଥିବା କୁନିକୁନି ପିଲା ଓ ବିଚାରପତି ଥିବା ଚଇତାଳି ଖିଲାର, ଜାନକୀ ପାଢ଼ୀ, ମନୋରମା ରାୟ, ଶଶିକଳା ମିଶ୍ର ଓ ନୃତ୍ୟ ନିର୍ଦେଶକ / ନିର୍ଦେସିକା ଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା lଶେଷରେ ଜିଲ୍ଲା ଯୁବ ସମ୍ପାଦକ ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ lଯୁବ ଉପସଭାପତି ସଂଜୀବ ନାୟକ, ସାଧୁ ବାରିକ, ସତ୍ୟବ୍ରତ ଦାସ, ସୁରତ ଦାସ, ବିରଞ୍ଚି ବେହେରା, ବାଣୀ କଲ୍ୟାଣ ନାୟକ, ପିୟୁଷ ଦାସ, ମନୋଜ ବାରିକ, ବିଶ୍ୱ ନାଥ ବାରିକ, ଗୋପାଳ ବାରିକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Punil Kumar Samanta reporter

Leave a Reply

Your email address will not be published. Required fields are marked *