ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ସଅଁରା ବିଜେଡିର ସାମୂହିକ ଦୀପଦାନ

ନବୀନ ବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ସଅଁରା ବିଜେଡିର ସାମୂହିକ ଦୀପଦାନ
ଜଗତସିଂହପୁର-୨୫/୬-ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଶରୀରର ଆଶୁ ଆରୋଗ୍ୟ କାମନା ନିମନ୍ତେ ସଂନ୍ଧ୍ୟାରେ ତିର୍ତ୍ତୋଲ ବ୍ଲକ୍ ସଅଁରା ପଞ୍ଚାୟତ ବିଜେଡ଼ି ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସାମୂହିକ ଦୀପଦାନ କରିଛନ୍ତି। କିଛି ସମୟ ପାଇଁ ଶଙ୍ଖ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସଅଁରା ସ୍ଥିତ ହନୁମାନ ମନ୍ଦିର।ଶାରୀରିକ ଅସୁସ୍ଥତା ଯୋଗୁଁ ବମ୍ବେ ସ୍ଥିତ ଲୀଳାବତୀ ଧିରୁଭାଈ ଅମ୍ବାନୀ ମେଡିକାଲରେ ଚିକିତ୍ସିତ ହେଉଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସାରାରାଜ୍ୟରେ ବିଜୁ ଜନତାଦଳ ପକ୍ଷରୁ ଦୀପଦାନ କରାଯାଇ ଆଶିର୍ବାଦ ଭିକ୍ଷା କରାଯାଉଛି। ଏନେଇ ସଅଁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ସେନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ସାମୂହିକ ଦୀପଦାନ କାର୍ଯ୍ୟକ୍ରମରେ ପଞ୍ଚାୟତ ବିଜେଡ଼ି ସଭାପତି ସଚିତ୍ର ମୁଦୁଲି, ପୂର୍ବତନ ସଭାପତି ସାରଦା ସତପଥି, ତିର୍ତ୍ତୋଲ ବ୍ଲକ୍ ଛାତ୍ର ବିଜେଡି ସଭାପତି କାଳନ୍ଦୀ ଦାଶ, ପଞ୍ଚାୟତ ଯୁବ ସଭାପତି ପ୍ରଶାନ୍ତ ପାଣି , ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ସୁଜିତ ମଲ୍ଲିକ,ଯୁବ ସମ୍ପାଦକ ରାକେଶ ଜେନା, ମନୋରଞ୍ଜନ ସାହୁ, ସୋମନାଥ ମଲ୍ଲିକ, ସତ୍ୟବାଦୀ ଖୁଣ୍ଟିଆ, ରଶ୍ମିରଞ୍ଜନ ଦାଶ, ସୁଧିର ଚାନ୍ଦ,ଆଲୋକ ସେଠୀ, ରାଜେଶ ମୁଦୁଲି,ଦିଲ୍ଲିପ ଦାଶ, ପୂର୍ବତନ ସମିତି ସଭ୍ୟ ଦିଲ୍ଲିପ ମହାନ୍ତି, କୃଷ୍ଣଚନ୍ଦ୍ର ଦାଶ,ରଶନାବାଳା ଦାସ, ସଞ୍ଜୁକ୍ତା ଦାସ,ଟିକି ଦାସଙ୍କ ସମେତ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ।
ତିର୍ତ୍ତୋଲରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ