ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବିଜେଡି ର 27 ତମ ପ୍ରତିଷ୍ଠା ଦିବସ ଅବସରରେ ପାରାଦ୍ୱୀପ ନଗର ବିଜେଡି ତରଫରୁ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ସ୍ବେଛାକୃତ ରକ୍ତଦାନ ଶିବିର ରେ 200 ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ ରଖାଯାଇଥିବା ନେଇ କହିଛନ୍ତି ପାରାଦ୍ୱୀପ ନଗର ବିଜେଡି ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ l ବିଜୁ ଜନତା ଦଳ ଓଡିଶା ର ବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବରେ ଓଡ଼ିଶାବାସୀ ଙ୍କ ପ୍ରିୟଭାଜନ ହେବା ସହିତ ଓଡିଶାବାସୀଙ୍କ ବଳ ଭାବରେ ଉଭା ହୋଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓଡିଶା କୁ ସମୃଦ୍ଧ କରିବାରେ ସହାୟକ ହୋଇଛି l ଯାହାକୁ ନେଇ ବିଜୁ ଜନତା ଦଳର 26 ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଓଡ଼ିଶାରେ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ପାରାଦ୍ୱୀପ ନଗର ବିଜେଡି ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ସ୍ବେଛାକୃତ ଭାବରେ ମହିଳା, ପୁରୁଷ ଓ ଯୁବଗୋଷ୍ଠୀ ମାନେ ସାମିଲ ହୋଇ ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି l ରକ୍ତଦାନ ଜୀବନ ଦାନ ସେହି ପରିପ୍ରେକ୍ଷୀରେ ପାରାଦ୍ୱୀପ ନଗର ବିଜେଡି ତରଫରୁ ଦଳର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କର୍ମୀମାନେ ସ୍ବେଛାକୃତ ଭାବରେ ରକ୍ତଦାନ କରିବା ସହିତ ରାଜ୍ୟର ରକ୍ତ ଭଣ୍ଡାର କୁ ସମୃଦ୍ଧ କରିବାକୁ ନିବେଦନ କରିଛନ୍ତି ପାରାଦ୍ୱୀପ ନଗର ବିଜେଡି ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ l

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *