ବ୍ରହ୍ମଗିରିରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଆଜି ବିଜୁ ଜନତା ଦଳ ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ସାତପଡ଼ା ଠାରେ ପାଳିତ ହୋଇଯାଇଛି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଳକ୍ ର ସମସ୍ତ ନେତା ଓ କର୍ମୀ ମାନେ ସାତପଡ଼ା ଚିଲିକା କୂଳରେ ମହା ଆଡ଼ମ୍ବରରେ ପାଳନ କରିଛନ୍ତି । ବ୍ରହ୍ମଗିରି ର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀ ଅଲାରନାଥ ଦେବଙ୍କ ମନ୍ଦିର ନିକଟରୁ ଏକ ମଟରସାଇକେଲ ଶୋଭାଯାତ୍ରା ଆରମ୍ଭ କରି ସାତପଡ଼ା ଠାରେ ପହଞ୍ଚି ଥିଲା । ସେଠାରେ ହଜାର ହଜାର କର୍ମୀମାନଙ୍କୁ ନେଇ ସାଧାରଣ ସଭାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା, ଉଭୟ ବ୍ଲକର ଅଧ୍ୟକ୍ଷା ଓ ଅଧକ୍ଷ, ଉପଧକ୍ଷା, ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ କର୍ମୀମାନେ ଯୋଗଦେଇ ଥିଲେ । ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ କୁ ଦୃଢ଼ କରିବା ସହିତ ନିର୍ବାଚନର ସଞ୍ଜୟ ଭାଇଙ୍କ ହାତ ମୁଠାକୁ ଟାଣ କରି ବିଜୟ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି।
ବ୍ରାହ୍ମଗିରିରୁ ହେମନ୍ତ କୁମାର ବଳିଆରସିଂ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *