ବିଜେଡି ଜନସମ୍ପର୍କ ପଦଯାତ୍ରା

ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶ୍ରୀ ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ଛଇତନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗ୍ରାମଠାରୁ ଜନସମ୍ପର୍କ ପଦଯାତ୍ରା ବାହାରି ଛଇତନା ମେଳଣ ପଡିଆ ନିକଟରେ ଜନସମ୍ପର୍କ ସଭା ଅନୁଷ୍ଠିତ ହୋଇ ଯାଇଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନ ସାଧରଣ ଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଇତିଭୁଆଁ ପଞ୍ଚାୟତ ସମିତି ସଭ୍ୟା ଗୀତାଞ୍ଜଳି ସେନାପତି, ବାସୁଦେବପୁର ସମିତି ସଭ୍ୟ ଅରୁଣ ମିଶ୍ର, ଗୋପୀନାଥପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରଭାକର ସାମର୍ଥା ,ବାଲିପୁଟ ପଞ୍ଚାୟତ ର ସମବାୟ ବ୍ୟାଙ୍କ ସଭାପତି ପୀତବାସ ଫାରକ ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା, ପୁରୀ ସଦର ବ୍ଲକ ସାଂସଦ ଙ୍କ ପ୍ରତିନିଧି ପ୍ରଭାତ ପୃଷ୍ଟି, ପୁରୀ ଜିଲ୍ଲା କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ,ଏବଂ ଧନଞ୍ଜୟ ନାୟକ, ଅଭିମନ୍ୟୁ ସ୍ୱାଇଁ, ଗଣେଶ ପାଣି, କୁଞ୍ଜବିହାରୀ ପଲାଇ, ବିଜୟ ସ୍ୱାଇଁ, ଗଙ୍ଗାଧର ମହାରଣା, ରଘୁନାଥ ସ୍ୱାଇଁ, ସମଦର୍ଶୀ ବିକାଶ ମହାରଣା, ବାବାଜୀ ପ୍ରଧାନ, ଧନଞ୍ଜୟ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
