ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବାରୁ ଧମକ ଦେଲେ ବିଜେଡ଼ି ନେତା
![](https://teerthkhetra.com/wp-content/uploads/2023/09/vlcsnap-2023-09-12-00h24m06s055.png)
ପ୍ରତ୍ୟେକ ନିରାଶ୍ରୟକୁ ଆଶ୍ରୟ ଓ ଗରିବ ମୁହଁରେ ହସ ଫୁଟାଇବା ପାଇଁ ଅହରହ ପ୍ରୟାସରତ ରାଜ୍ୟ ସରକାର ହେଲେ ସଫଳ ରୂପାୟନ ହୋଇପାରୁନାହିଁ । ଶାସକ ଦଳ ହିସାବରେ ସରକାର ଚଳାଉଥିବା ବିଜେଡ଼ି ଦଳର କିଛି କୁଜି ନେତାମାନେ ସରକାରଙ୍କ ଉଦ୍ୟମକୁ ସବୁବେଳେ ପଣ୍ଡ କରିଚାଲିଛନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନ କଲ୍ୟାଣ ଯୋଜନା ଜରିଆରେ ପ୍ରଚୁର ଅର୍ଥ କମାଇବା ନିଶା ଘାରିଛି ଏମାନଙ୍କୁ । ନିଜକୁ ନେତା ମନ୍ତ୍ରୀଙ୍କ ପାଖ ଲୋକ ପରିଚୟ ଦେଇ ଗରିବ ଜନସାଧାରଣଙ୍କ ତଣ୍ଟି ଚିପି ଅର୍ଥ ଲୁଟିବାରେ ଲିପ୍ତ ରହୁଛନ୍ତି । ଆବାସ, ଭତ୍ତା,କୃଷକ କଲ୍ୟାଣ ଓ ଗରିବ ଶ୍ରମିକ ମାନଙ୍କ ପାଇଁ ସରକାର ସୃଷ୍ଟି କରୁଥିବା ଯୋଜନା ନାଁ ରେ ବେଆଇନ ଟଙ୍କା ରୋଜଗାର କରୁଛନ୍ତି । ଯଦି କେହି କହିବା ମୁତାବକ ଟଙ୍କା ନଦେଲା ତେବେ ସରକାରୀ ବାବୁ ମାନଙ୍କୁ ହାତବାରିସି କରି ସେ ଲୋକକୁ ହଇରାଣ କରୁଛନ୍ତି । ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇ ନାଁ ଚୂଡ଼ାନ୍ତ ହେଲାପରେ ମଧ୍ୟ କୁତ୍ସିତ ରାଜନୀତି ମାଧ୍ୟମରେ ଉପଯୁକ୍ତ ହିତାଧିକାରୀଙ୍କୁ ବାଦ୍ କରିଦେଉଛନ୍ତି । ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ଗଡଗଁହପୁର ଗ୍ରାମରେ ମଧ୍ୟ ଜଣେ ହିତାଧିକାରୀଙ୍କୁ ବାଦ୍ କରିଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଗ୍ରାମର ପୁଷ୍ପାଞ୍ଜଳି ବର୍ଧନ , ସ୍ବାମୀ : ମାନସ ବର୍ଧନ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଥାଇ ସୁଦ୍ଧା ପରେ ତାଙ୍କୁ ବାଦ୍ କରିଦିଆଯାଇଛି । ହିତାଧିକାରୀ ସ୍ବାମୀଙ୍କ କହିବାନୁଯାୟୀ ୨୦୨୧ ମସିହାରେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନାଁ ଥିଲା କିନ୍ତୁ ଗ୍ରାମର ଶୁଭକାନ୍ତ ବର୍ଧନ ସରକାରୀ ବାବୁଙ୍କୁ କହି କାଟି ଦେଇଛି । ବିଜେଡ଼ି ନେତା ବୋଲାଉଥିବା ଶୁଭକାନ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହଯୋଗୀ ବୋଲି ସ୍ଥାନୀୟ ସରକାରୀ ବାବୁମାନେ ତା କଥାରେ ପରିଚାଳିତ ହେଉଛନ୍ତି । ତାଲିକା ପ୍ରକାଶ ପାଇବାର କିଛି ଦିନ ପରେ ଘର କରେଇ ଦେବ କହି ଶୁଭକାନ୍ତ ମୋତେ ୨୦,୦୦୦ ଟଙ୍କା ମାଗିଲା ହେଲେ ମୁଁ ଦେଇପାରିବିନି କହିଲି । ସେହି ରାଗ ରଖି ସରକାରୀ ବାବୁଙ୍କୁ ଧରି ମୋ ନାମକୁ ପ୍ରକାଶିତ ତାଲିକାରୁ କାଟି ଦେଲା । ଏନେଇ ଅଭିଯୋଗ କରିବାକୁ ବିଭାଗୀୟ ସମସ୍ତ କାର୍ଯ୍ୟାଳୟକୁ ଦୋୖଡି ଦୋୖଡି ନୟାନ୍ତ ହେବା ପରେ ମୁଁ ସୋସିଆଲ ମିଡିଆରେ ମୋ ଦୁଃଖ ପ୍ରକାଶ କରିଥିଲି । ସେଥିପାଇଁ ବିଜେଡ଼ି ନେତା ଶୁଭକାନ୍ତ ବର୍ଧନ ମୋ ଘରକୁ ଆସି ମୋତେ ଓ ମୋ ସ୍ତ୍ରୀ, ଝିଅଙ୍କୁ ଗାଳି କରି ଧମକ ଦେଇ କହିଲା ଦେଖିନେବି ତୋତେ । ଯଦି ମୋର ଓ ମୋ ପରିବାରର କିଛି କ୍ଷତି ହୁଏ ତେବେ ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସେ ଦୁଃଖର ସହ କହିଛନ୍ତି । ବିଜେଡ଼ି ନେତାଙ୍କ ଦାଦାଗିରି ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ସାମ୍ନାକୁ ଆସୁଛି ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନେଇ କେବେ ଉଦବେଗ ପ୍ରକାଶ କରିବା ଦେଖାଯାଉନାହିଁ । ବରଂ ବିଜେଡ଼ି ଦଳର ସୁପ୍ରିମୋ ଭାବେ ନିଜ ଦଳର କିଛି ଅସାଧୁ କର୍ମୀ ମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି । ଯଦି ପ୍ରକୃତରେ ମୁଖ୍ୟମନ୍ତ୍ରୀ ଏସବୁ ସମ୍ପର୍କରେ ଅବଗତ ନାହାନ୍ତି ତେବେ ଜନସାଧାରଣଙ୍କ ଅଭିଯୋଗ ସବୁ କାହା ପାଖରେ ଅଟକି ଯାଉଛି । ନା ନବୀନ ବାବୁ ସବୁ ଜାଣି ଶୁଣି ଦଳର ନେତା କର୍ମୀ ମାନଙ୍କୁ ମନାଇ ରଖିବା ପାଇଁ ନୀରବଦ୍ରଷ୍ଟା ସାଜିଛନ୍ତି । ଏହିଭଳି ଅନେକ ଆଶଙ୍କା ଉପୁଜୁଛି ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଯେ ରାଜ୍ୟରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନିଜ କ୍ଷମତା ହରାଇ ବସିଛନ୍ତି । ଏବେ ଦେଖିବାକୁ ବାକି ରହିଲା ବିଜେଡ଼ି ଦଳର କିଛି କୁଜି ନେତାମାନେ ଆଉ କେତେଦିନ ଏମିତି ମନମାନି କରୁଛନ୍ତି ଦେଖିବାକୁ ବାକିରହିଲା।
![](https://teerthkhetra.com/wp-content/uploads/2023/09/vlcsnap-2023-09-12-00h24m17s497.png)