ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ମିଟିଙ୍ଗରେ ରାଜନୈତିକ ରଣହୁଙ୍କାର ଦେଲେ ନେତା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଡିଟୋରୀୟମ ଠାରେ ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ମିଟିଙ୍ଗରେ ରଣହୁଙ୍କାର ଦେଇଥିଲେ ନେତା ଓ ମନ୍ତ୍ରୀ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗଦାନ କରିଥିଲେ । ବିଜେଡ଼ି ଯୁବ ଜିଲ୍ଲା ସଭାପତି ଧର୍ମାନନ୍ଦ ପରିଡା ,କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ,କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀ ଏବଂ ଏଥିସହିତ କାମାକ୍ଷାନଗର ଓ ଭୁବନ ବ୍ଲକ ଏବଂ ଏନଏସିର ସମସ୍ତ ବିଜେଡି ନେତା ,କର୍ମୀ ଉପସ୍ଥିତ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ବିଜୟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ସୁଦୃଢ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ନେତା ଓ ମନ୍ତ୍ରୀ। ବିଜେଡି ଶାସନରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାର ସଠିକ ରୂପାୟନ ,ଲୋକଙ୍କ ଜୀବନ ଜୀବିକା, ମିଶନ ଶକ୍ତିରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଏଥିସହିତ କେନ୍ଦ୍ର ସରକାରଙ୍କୁ ୯ ଗୋଟି ଦାବି ରଖିଥିଲେ ବିଜେଡି ନେତା ଓ କର୍ମୀ ।ଆଗମୀ ସାଧାରଣ ନିର୍ବାଚନ ପାଇଁ ଦଳ ଗ୍ରାସ ରୁଟ୍ ରୁ ଆରମ୍ଭ କରିବ ମିଶନ ଟ୍ୱେଣ୍ଟି ଫୋର । ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ଏବଂ ଯୋଜନାକୁ ପାଥେୟ କରି ଆଗକୁ ବଢିବ ବିଜେଡ଼ି । ଏ ନେଇ ବିରୋଧୀଙ୍କ ଉପରେ ନେତା ଓ ମନ୍ତ୍ରୀ ମାନେ ବର୍ଷିବା ସହ ଆଗାମୀ ଇଲେକ୍ସନ ପାଇଁ ରଣହୁଙ୍କାର ଦେଇଥିଲା ବିଜେଡି । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ମିଟିଙ୍ଗରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *