ବିଜେଡ଼ି ବିଧାୟକଙ୍କୁ ଝଟକା, ବିଜେପିରେ ମିଶିଲେ ସରପଞ୍ଚ

ଅସ୍ତରଙ୍ଗ – ଅସ୍ତରଙ୍ଗ ବ୍ଳକ ଆଳସାହି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀୟା ବରାଳ ଓ ତାଙ୍କ ସ୍ୱାମୀ ସମାଜସେବୀ ପ୍ରଦେଶ ବରାଳଙ୍କ ସହିତ ପ୍ରାୟ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡି ଦଳ ପରିତ୍ୟାଗ କରି ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ଭାରତୀୟ ଜନତା ପାର୍ଟିର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଫଳରେ ବିଜେପି ଅସ୍ତରଂଗ ବ୍ଲକ ଓ କାକଟପୁର ନିର୍ବାଚନ ମଣ୍ଡଳୀରେ ଶକ୍ତିଶାଳୀ ହେବା ସହିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିର ସ୍ୱପ୍ନକୁ ବଳ ଦେବ ବୋଲି ଅନୁମାନ କରାଯାଉଛି । ବିଜେଡ଼ି ଗଡ଼ କୁହା ଯାଉଥିବା କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକଙ୍କୁ ଲାଗିଛି ଝଟକା। ତାଙ୍କୁ ପରିତ୍ୟାଗ କରି ଲୋକେ ବିଜେଡ଼ି ଛାଡୁଛନ୍ତି ଓ ବିଜେପିରେ ସାମିଲ ହେଉଛନ୍ତି। ଅସ୍ତରଙ୍ଗ ବିଜେପି ସଂଗଠନ ଦୃଢ଼ ନେତା ଦିବାକର ଛାଟୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ଉଭୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପ୍ରଦାନ କରି ଦଳରେ ମିଶାଇଥିଲେ। ଏହି ଅବସରରେ ଜଗତସିଂହପୁର ସାଂସଦ ଡ଼ଃ.ବିଭୂପ୍ରସାଦ ତରାଇ , ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ବାଇଧର ମଲ୍ଲିକ, ବିଜେପିର ଅସ୍ତରଙ୍ଗ ମଣ୍ଡଳ ସଭାପତି ଇନ୍ଦ୍ରମଣି ଜେନା, ନୂଆଗଡ ମଣ୍ଡଳ ସଭାପତି ନରେଶ ପତି ଏବଂ ଅନ୍ୟ ଛାମୁଆ ନେତୃତ୍ୱ ମଣ୍ଡଳୀ ଉପସ୍ଥିତ ଥିଲେ l