ନବୀନ ଙ୍କ ଶୀଘ୍ରସୁସ୍ଥତା ପାଇଁ ବିଜେଡି ତରଫରୁ ସାମୁହିକ ଦୀପଦାନ ଓ ପୂଜାର୍ଚନା

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଙ୍କର ଆଜି ମୁମ୍ବାଇ ଠାରେ ସଫଳ ଅସ୍ତ୍ରୋପ୍ରଚାର ହୋଇ ଯାଇଛି l ଖୁବଶୀଘ୍ର ନବୀନ ଙ୍କ ସୁସ୍ଥତା ଓ ନିରାମୟ ଜୀବନ କାମନା କରି କାମାକ୍ଷାନଗର ବିଜେଡି ତରଫରୁ ଏକ ସାମୁହିକ ଦୀପଦାନ ଓ ପୂଜାର୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସ୍ଥାନୀୟ ହନୁମାନ ମନ୍ଦିର ଠାରେ ଶତାଧିକ ଦଳୀୟ କର୍ମୀ, ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ନବୀନ ଙ୍କ ସୁସ୍ଥତା କାମନା କରି ହନୁମାନ ଙ୍କ ନିକଟରେ ଦୀପ ଲଗାଇବା ସହ ଦୀର୍ଘାୟୁ କାମନା କରି ପୂଜାର୍ଚନା କରିଥିଲେ l କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷା ଶକୁନ୍ତଳା ସେଠୀ, ସମସ୍ତ କାଉନସିଲର, ଦଳୀୟ ନେତା,ବହୁ ଶୁଭେଛୁ ଓ ନବୀନ ପ୍ରେମୀ ଉପସ୍ଥିତ ଥିଲେ l