ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବସ୍ତା ବ୍ଳକ୍ ଅନ୍ତର୍ଗତ ମୁକୁଳିସି ଗ୍ରାମପଞ୍ଚାୟତ ରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳ ର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସୁଭାଷିନୀ ଜେନା ଯୋଗ ଦେଇଥିଲେ । ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଷଷ୍ଠ ଥର ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ବୋଲି ଶପଥ ନେବା ଏବଂ ମୁଖ୍ୟମନ୍ତ୍ରୀ ଙ୍କର ଜନହିତକର କାର୍ଯ୍ୟ କୁ ଲୋକ ଙ୍କ ପାଖରେ ପହଞ୍ଚାଇବା ଆମ କର୍ତ୍ତବ୍ଯ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ଯ ରେ ବସ୍ତା ବ୍ଲକ୍ ସଭାପତି ଅନିଲ୍ ମହାନ୍ତି, ବାଲେଶ୍ଵର ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ସୁବ୍ରତ କୁମାର ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ବସ୍ତା ବ୍ଲକ୍ ଅଧ୍ୟକ୍ଷ ଅଞ୍ଜଳି ଦାସ, ଜିଲ୍ଲା ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ଧଳ, ମୁକୁଳିସି ପଞ୍ଚାୟତ ସଭାପତି ଅନନ୍ତ ପ୍ରଧାନ, ସଭାପତି ଅଜୟ କୁମାର ପରିଡା, ଜଳଧର ନାୟକ ଆଦି ଉପସ୍ଥିତ ଥିଲେ । ଏଥିରେ ପ୍ରତ୍ୟକ ୱାର୍ଡ ର ସମସ୍ତ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
