ବିଦ୍ୟୁତ ଦର ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଗଣଧାରଣା।


ଭଣ୍ଡାରିପୋଖରୀ,୧୯/୭: କ୍ରାମଗତ ଭାବେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଦ୍ୱାରା ଜନସାଧାରଣଙ୍କ ଆର୍ଥୀକ ମେରୁଦଣ୍ଡକୁ ରାଜ୍ୟ ସରକାର ଦୋହାଲାଇ ଦେଉଥିବା ପ୍ରତିବାଦରେ ସୋମବାର ଭାରତୀୟ ଜନତା ପାର୍ଟିର ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । ଓଡିଶା ସରକାର ବିଦ୍ୟତ୍ ବିତରଣ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନୀଙ୍କୁ ନିୟୋଜିତ କରିଆସୁଛନ୍ତି । ଏବେ ଟାଟା କମ୍ପାନୀକୁ ଦାଇତ୍ୱ ଦିଆଯାଇଛି । ମାତ୍ର ବିଦ୍ୟୁତ ବିତରଣ କ୍ଷେତ୍ରରେ ହେଉଥିବା ସମସ୍ତ କ୍ଷତିକୁ ଭରଣା କରିବା ଓ ଅଧିକ ଲାଭ ଆଶାରେ ଶୁଳ୍କବୃଦ୍ଧି ମାଧ୍ୟମରେ ଉପଭୋକ୍ତାମାନଙ୍କ ଠାରୁ ଆଦାୟ କରାଯାଉଛି । ବିଧାନସଭା ଅଧିବେଶନ ସମୟରେ ବିଜେପି ବିଧାୟକଙ୍କ ମୁଲତବି ପ୍ରସ୍ତାବ ଆଧାରରେ ସରକାର ରିଭ୍ୟୁ ପିଟିସନ ମାଧ୍ୟମରେ ସଂଶୋଧନ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ଟାଳି ଦିଆଯାଇଛି । ବିଶେଷ କରି କରୋନା ମହାମାରୀ ସମୟରେ ଏହି ଶୁଳ୍କ ବୃଦ୍ଧି ଅସହ୍ୟ ହୋଇଛି । ଏହାର ପ୍ରତିବାଦ କରାଯିବା ସହ ବିଦ୍ୟୁତ ଶୁଳ୍କ କମାଯିବା, ପ୍ରଥମ ଶହେ ୟୁନିଟ୍‌କୁ ଗୋଯିଏ ସ୍ଲାବରେ ରଖାଯିବା, ଗ୍ରାମାଞ୍ଚଳରେ ଲୋ ଭୋଲେଟେଜ ସମସ୍ୟାର ସମାଧାନ କରାଯିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯାଇ ୨୪ଘଣ୍ଟିଆ ବିଜୁଳି ଯୋଗାଣ କରାଯିବା, କୃଷିକ୍ଷେତ୍ର ଓ ଶୀତଳଭଣ୍ଡାର ବିଦ୍ୟୁତ ପାଇଁ ସବସିଡି ପ୍ରଦାନ କରାଯିବା ଓ ବକେୟା ଆଦାୟ ବେଳେ ଜୁଲମ ନକରିବା ଆଦି ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆଭ୍‌କୁ ପ୍ରଦାନ କରାଯାଇଥିଲା । ଦଳର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ଥାନୀୟ ନୋସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ଧାରଣାରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ମଣ୍ଡଳ ସଭାପତି ମୁକୁନ୍ଦ ମଲ୍ଲିକ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜୟସ୍ମିତା ଗୋଚ୍ଛାୟତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମହାପାତ୍ର, ସୁରେଶ ସାମଲ, ପ୍ରଦ୍ୟୁମ୍ନ ସେନାପତି, ସୁରେଶ ଦାସ, ପ୍ରତାପ ଦ୍ୱିବେଦୀ, ଦେବାଶିଷ ପଣ୍ଡା, ଜୟକୃଷ୍ଣ ନାୟକ, ତପନ ପାତ୍ର, ସୁଶାନ୍ତ ମହାପାତ୍ର, ମଦନ ସାହୁ, ସନ୍ତୋଷ ସାହୁ, କରୁଣାକର ସାହୁ, ସୁଶାନ୍ତ ମହାପାତ୍ର, ଶିବାନୀ ଶଙ୍କର ସ୍ୱାଇଁ, ପ୍ରର୍ଶୁରାମ ପରିଡା, ପ୍ରଭାସିନୀ ମଲ୍ଲିକ, ସୀନାରାଣୀ ମିଶ୍ର ପ୍ରମୁଖ ଧାରଣାରେ ବସିଥିଲେ ।

Leave a Reply

Your email address will not be published. Required fields are marked *