ରକ୍ତଦାନ ଶିବିର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାରତିୟ ଜନତା ପାର୍ଟି ଯୁବ ମୋର୍ଚା ତରଫରୁ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ସେବା ଓ ସମର୍ପଣ ଅଭିଯାନ ମାଧ୍ୟମରେ ଦଳ ତରଫରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ବିଶେଷ କରି ଯୁବଗୋଷ୍ଠି ମାନେ ଏହି ଶିବିରକୁ ଆସି ରକ୍ତଦାନ କରୁଥିବାର ଦେଖିବାକୁ ମିଳିଛି।ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ସରୋଜକାନ୍ତ ବେହେରା,ଶେଷଦେବ ନାଥ,ସଞ୍ଜୟ ରାଉତ ପ୍ରମୂଖ ସହଯୋଗ କରିଥିଲେ।
ରିପୋର୍ଟ – ପ୍ରକାଶ କୁମାର ପାତ୍ର
