ବିଜେପି ପକ୍ଷରୁ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଯେପେୟୀଙ୍କ ଜନ୍ମ ଶତାଦ୍ଦୀ ସମାରୋହ ଅନୁଷ୍ଠିତ ।

ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଯେପେୟୀଙ୍କ ଜନ୍ମ ଶତାଦ୍ଦୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜିଲ୍ଲା ସଭାପତି ପ୍ରତପ ମିଶ୍ର, ଯୁବ ନେତା ସତ୍ୟ ସାରଥୀ ମହାନ୍ତି, ସଞ୍ଜୟ ମହାନ୍ତି, ସତ୍ୟବ୍ରତ ମହାପାତ୍ର, ଗଣେଶ୍ୱର ମହାନ୍ତି ପ୍ରମୁଖ ଯୋଗଦେଇ ବାଜପେୟୀଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଆର୍ପଣ କରିବା ସହିତ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।