ବିଜେପି ନେତ୍ରୀ ଙ୍କ ଜନ ସଂମ୍ପର୍କ ପଦଯାତ୍ରା

ନିମାପଡା :- ୨୯/୧୨ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତରେ ନିମାପଡା ନିର୍ବାଚନ ମଣ୍ଡଳୀ ର ନାରୀ ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନେତୃତ୍ୱରେ ଏକ ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ପଦଯାତ୍ରା ରେ ଛଣିଜଙ୍ଗ ପଞ୍ଚାୟତ ବାଲୁଙ୍କ ଗ୍ରାମ ଆରଂମ୍ଭରୁ ଆରଂମ୍ଭ ହୋଇ ବାହାରଣା ପଞ୍ଚାୟତ ର ଅଟେଇହୁଡ଼ା, ଖୁଲିସ ,ଦିନଇଲୋ ,ବାହାରଣା , ଯୋରକୁଳ ଆଦି ଗ୍ରାମ ବୁଲିବା ସହିତ ଗ୍ରାମରେ ବରିଷ୍ଠ ନେତା ,ଲୋକ ,ବୁଦ୍ଧିଜୀବୀ ଓ ସାଧାରଣ ନିରୀହ ପରିବାର ଲୋକ ଙ୍କ ପାଖକୁ ଯାଇ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରି ବୁଝିଥିଲେ । ଏହି ଜନ ସଂମ୍ପର୍କ ପଦଯାତ୍ରା ରେ ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ,ପୂର୍ବତନ ଜିଲାପରିସଦ ସଭ୍ୟ ପୂର୍ଣଚନ୍ଦ୍ର ଓଝା , ଜିତେନ୍ଦ୍ର ନାଥ ସ୍ବାଇଁ ,ସନ୍ତୋଷ ପରିଡା ,ରାଜକିଶୋର ନାୟକ ,ନିରଞ୍ଜନ ନାୟକ , ଛଣିଜଙ୍ଗ ପଞ୍ଚାୟତ ସରପଞ୍ଚ ଅଜୟ ପରିଡା ,ଧୁଳ ସାହୁ ,ଭକ୍ତବନ୍ଧୁ ବିଶ୍ୱାଳ ,ଦୁର୍ଯ୍ୟୋଧନ ମହାନ୍ତି ,ତୁଷାରରଞ୍ଜନ ରାଉତ ,ଆର୍ତ୍ତତ୍ରାଣ ବେହେରା , ପ୍ରଶନ ନାୟକ, ଗୌରାଙ୍ଗ ସ୍ବାଇଁ ,ପୁରସ୍ତମ ନାୟକ , ମନୋଜ ମହାନ୍ତି , ଭାଗିରଥି ମଲ୍ଲିକ ,ଜ୍ୟୋତିରଞ୍ଜନ ପାତ୍ର ,ଅଭୟ ନାୟକ ,ମୀନକେତନ ମହାନ୍ତି ,ପ୍ରଫୁଲ ବେହେରା , ଅଭିମନ୍ୟୁ ବେହେରା , ବଂଶୀଧର ରାଉତ ,ବ୍ରଜକିଶୋର ନାୟକ ,ଅରବିନ୍ଦ ଗିରି , କରୁଣା କର ମଲ୍ଲ ,ବାସୁଦେବ ରାଉତ ,ଅବକାଶ ଜେନା ସହିତ ଶହରୁ ଉର୍ଦ୍ଧ୍ବ କାର୍ଯ୍ୟ କର୍ତ୍ତା ଏହି ଜନ ସଂମ୍ପର୍କ ପଦଯାତ୍ରାରେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *