୬ଦଫା ଦାବି ନେଇ ବିଜେପିର ଗଣ ଆନ୍ଦୋଳନ

କୋଣାର୍କ:- ଭାରତୀୟ ଜନତା ପାର୍ଟି କୋଣାର୍କ ମଣ୍ଡଳ ପକ୍ଷରୁ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନିତୀକୁ ନେଇ ସୋମବାର ପୂର୍ବାହ୍ନରେ ୬ଦଫା ଦାବି ନେଇ ଏକ ଗଣ ଆନ୍ଦୋଳନ କରଯାଇଥିଲା। ସୁଚନା ଅନୁଯାୟୀ ବିଜେପି କୋଣାର୍କ ମଣ୍ଡଳ ପକ୍ଷରୁ ସୋମବାର ପୂର୍ବାହ୍ନରେ ଲାବଣ୍ୟ ଛକ ଠାରୁ ବିଶାଳ ରାଲିରେ ଆସି କୋଣାର୍କ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି। କୋଣାର୍କ ଏନଏସି ଅଞ୍ଚଳରେ ଜମିଜମା ସମସ୍ୟା, ଆବାସ ଯୋଜନା, ଯାଗା ମିଶନ ଯୋଜନାରେ ଘର ପଟ୍ଟା ପ୍ରଦାନ, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ପାଇଁ ଭେଣ୍ଡି ଜୋନ ସ୍ଥାପନ, ସହରରେ ପାର୍କିଂ ଓ ଟେଣ୍ଡର ରେ ଅନିୟମିତା ସହିତ କୋଣାର୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ୬ଦଫା ଦାବି ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରି ଏନ୍ ଏସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା। କୋଣାର୍କ ମଣ୍ଡଳ ସଭାପତି ସୁକାନ୍ତ ନାୟକଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ବାଇଧର ମଲିକ, ବରିଷ୍ଟ ସଦସ୍ୟ ସୁରେନ ପାଲ୍, ସୁରେନ୍ଦ୍ର ନାୟକ, ନୃସିଂହ ଚରଣ ନାୟକ, ରଞ୍ଜିତ କୁମାର ରାଉତରାୟ, ଗୋପୀନାଥ ସ୍ବାଇଁ, ଦୁଇ ଯୁବ କାଉନସିଲର ସୌମ୍ୟ ସୌରଭ ଦାଶ ଓ ଦିଲ୍ଲୀପ କୁମାର ଦାସ, ନାରୀନେତ୍ରୀ ଚନ୍ଦ୍ରିକା ରାଉତରାୟ, ସୁକାନ୍ତି ନାୟକ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *