ବିଜେପି ବୈଠକରେ କର୍ମୀ ମୁହାଁମୁହିଁ

ବ୍ରହ୍ମପୁର:-୨୩/୧୨ ବ୍ରହ୍ମପୁର ବିଜେପିରେ ଗୋଷ୍ଠୀ ବିବାଦ। ଦଳ ପକ୍ଷରୁ ଆୟୋଜିତ ଏକ ବୈଠକରୁ ଏହା ସ୍ପଷ୍ଟ ହୋଇଛି। ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ ସମ୍ପର୍କିତ ବୈଠକ ଗିରିରୋଡ଼ ସ୍ଥିତ ଏକ ମଣ୍ଡପ ସମ୍ମିଳନୀ କକ୍ଷରେ ଚାଲିଥିଲା। ଏହି ସମୟରେ ବିଜେପି ଯୁବମୋର୍ଚ୍ଚାର କିଛି କର୍ମୀ ହଠାତ୍ ବୈଠକ ମଝିକୁ ଯାଇ ବିଭିନ୍ନ ପ୍ରଶ୍ନ କରିବା ସହ ହୋ ହାଲ୍ଲା କରିଥିଲେ। ପରେ ଯୁବମୋର୍ଚ୍ଚା କର୍ମୀ ଏବଂ ବିଧାୟକଙ୍କ

ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ସହ ହତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଖୋଦ ବିଧାୟକଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳିଛି। ତେବେ ଉକ୍ତ ବୈଠକରେ ବିଧାୟକ ଉପସ୍ଥିତ ନଥିବା ଏବଂ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ଘଟଣା ଦେଖି ସେ ନିଜେ ଉଭୟ ଗୋଷ୍ଠୀଙ୍କୁ ବୁଝେଇବା ସହ ଶାନ୍ତି ପରିସ୍ଥିତି ଫେରାଇ ଆଣିଥିବା ଖୋଦ ବିଧାୟକ କହିଛନ୍ତି। ତେବେ ଏଥିରେ ଯୁବମୋର୍ଚ୍ଚାର କିଛି କର୍ମୀ ଆହତ ହୋଇଥିବା ବି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *