ବାଲିକୁଦା ରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ*

ତିନି ସରପଂଚ ଙ୍କ ସହ ଶତାଧିକ କର୍ମୀ ବିଜେପି ରେ ଶମିଲ*ବିଜେଡି କୁ କଡା ସମାଲୋଚନା କଲେ ମନ୍ତ୍ରୀ ସମ୍ପଦ ସ୍ବାଇଁଆଙ୍କର – ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର୍ ବାଲିକୁଦା ଠାରେ ବିଜେପି ନେତା ସତ୍ୟ ସାରଥୀ ମହାନ୍ତି ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ସମ୍ପଦ ସ୍ବାଇଁ, ସାଂଦଦ ବିଭୁ ପ୍ରସାଦ ତରାଇ, ଜିଲ୍ଲା ସଭାପତି ପ୍ରତପ ମିଶ୍ର, ଙ୍କ ସହିତ ବହୁ ନେତା ଓ କର୍ମୀମାନେ ଯୋଗ ଦେଇ ଥିବା ବେଳେ 3ଟି ପଂଚାୟତ ର ସରପଂଚ, ପୂର୍ବତନ ସରପଂଚ ଓ ୱାର୍ଡ ସଭ୍ୟ ମାନେ ବିଜେପି ରେ ସାମିଲ ହୋଇଛନ୍ତି । *ଭାରତୀୟ ଜନତା ପାର୍ଟି ରେ ଆଜି ସାରା ଓଡ଼ିଶାରେ ଲୋକମାନେ ବିଜୁ ଜନତା ଦଳ କୁ ପରିତ୍ୟାଗ କରି ଯୋଡି ହେଉଛନ୍ତି । ବିଜୁ ଜନତା ଦଳରେ ନେତୃତ୍ୱର୍ ସଙ୍କଟ ଦେଖା ଦେଇଛି । ଏହା ସହିତ ବିଜୁ ଜନତା ଦଳର ନେତୃତ୍ୱକୁ କେହି ଭରସା କରି ପାରୁ ନାହାଁନ୍ତି । ତେଣୁ ବିଜୁ ଜନତା ଦଳ ରେ ନେତୃତ୍ୱର ସଙ୍କଟ ଦେଖାଯାଇଛି । ଅପରପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଭରଷା କରିଛନ୍ତି । ଏବଂ ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ରେ 3ଟି ପଂଚାୟତର ସରପଂଚ, ପୂର୍ବତନ ସରପଂଚ ଓ ୱାର୍ଡ ସଭ୍ୟ ତାଙ୍କର ସମର୍ଥକ ମାନେ ବିଜେଡି ଦଳ ଛାଡି ବିଜେପି ସହିତ ଯୋଡି ହୋଇ ଛନ୍ତି ।ଏହାଦ୍ବାରା ବାଲିକୁଦା ନିର୍ବାଚନ ମଣ୍ଡଳୀ କେବଳ ନୁହେଁ ଜଗତସିଂହପୁର ଜିଲ୍ଲା ମଧ୍ୟ ଶକ୍ତିଶାଳୀ ହେଲା । ଆଗାମୀ ଦିନରେ ବିଜୁ ଜନତା ଦଳରେ ଯେଉଁ ନେତୃତ୍ୱ ମାନେ ଯୋଡି ହୋଇ ଥିଲେ ସେମାନେ ଏବେ ବିରୋଧୀ ଦଳର କେବେ ରାଜନୀତି କରି ପାରିବେ ନାହଁ । ସେମାନଙ୍କର୍ କେବଳ ସତ୍ତା ର୍ ମୋହ ଏବଂ ଶାସନ ର୍ ମୋହ ସେମାସଙ୍କୁ ଘାରିଥିଲା । ଏ ମାତ୍ର ୮ ମାସ ମଧ୍ୟରେ ବିଜୁ ଜନତା ଦଳର ଅବସ୍ଥା ଏୟା । ଆଉ କିଛି ଦିନ ପରେ ବିଜୁ ଜନତା ଦଳ ନିଶ୍ଚିନ୍ନ ହୋଇ ଯିବ । ବିଜୁ ଜନତା ଦଳରେ କର୍ମୀ ଖୋଜିଲେ ବି ଆପଣ ମାନେ ପାଇବେ ନାହିଁ ବୋଲି ସ୍ପଷ୍ଟ ଭାବରେ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ସମସ୍ତେ ଭାରତୀୟ ଜନତା ପାର୍ଟି ରେ ଲୋକ ମାନେ ଯୋଡି ହେବେ ଏବଂ ଆଉ ଏକ ମାତ୍ର ଦଳ ଓଡ଼ିଶାର ରେ ବିକଳ୍ପ ଦଳ ।। ସାରା ଭାରତ ବର୍ଷରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଯେଉଁ ବିକଶିତ ଭାରତ ଗଠନ ହେବର୍ ଯେଉଁ ଲକ୍ଷ ଅଛି ବିକଶିତ ଓଡ଼ିଶା ବାସ୍ତବତା ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଵ । କେବଳ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ନୁହେଁ ସାରା ଓଡ଼ିଶାରେ ଲୋକମାନେ ଏବେ ବିଜେପି ମୁହଁ। ହୋଇ ଛନ୍ତି ବୋଲି ମନ୍ତ୍ରୀ ସମ୍ପଦ ସ୍ବାଇଁ କରିଛନ୍ତି ।