ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ବିଶାଳ ଜନସମାବେଶ

କାକଟପୁର -୧୦/୧୨ ଭୁବନେଶ୍ୱର ସାଂସଦ,ରାଜ୍ୟ ବିଜେପି ଉପସଭାପତି ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଢଙ୍ଗୀଙ୍କ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଦର୍ଶନ ପରେ କାକଟପୁର ବ୍ଳକ ପଡ଼ିଆରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି। କାକଟପୁର- ଅସ୍ତରଙ୍ଗ ବିକାଶ ପରିଷଦ ସଭାପତି ତପନ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ୫ହଜା୍ରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା।ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିକାଶ,ଲୋକନିତୀ,ଓ ଲୋକସେବା ଉପରେ ସେ ଗୁରୁତ୍ବ ଦେବାକୁ ମତବ୍ୟକ୍ତ କରିଥିଲେ। ପବିତ୍ର ପୌରାଣିକ ପ୍ରାଚୀ ନଦୀକୁ ଜମିମାଫିଆଙ୍କ କବଳରୁ ମୁକ୍ତକରି ସୁନାବ୍ୟା କରିବା ସ‌ହିତ ନଦୀ ପାର୍ଶ୍ଵରେ ଥିବା ମଠ, ମନ୍ଦିର,ଓ ପୁରାତନ ଐତିହ୍ୟ ଗୁଡିକର ଉନ୍ନତି କରଣକରି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଥିଲେ। ମା ମଙ୍ଗଳା ମନ୍ଦିରର ମରାମତି ଉପରେ ପ୍ରାଥମିକତା ଦେବା ସହିତ କୃଷକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା, ପଞ୍ଚାୟତ ସ୍ତରରେ ଶୀତଳ ଭଣ୍ଡାର, ରାଜ୍ୟରେ ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ବାହାର ରାଜ୍ୟର ଠିକାଦାରଙ୍କୁ ରାଜ୍ୟରେ ବାରଣ,ମହାଜନୀ ପ୍ରଥାର ଉଛେଦ, ରାଜ୍ୟକୁ ମଦ ମୁକ୍ତ କରିବା ଉପରେ ସେ କାର୍ଯ୍ୟ କରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକାଶ ପରିଷଦର କର୍ମକର୍ତ୍ତା ମନ୍ମଥ ମଳିକ, ରଶ୍ମିରଞ୍ଜନ ମହାପାତ୍ର,ନିକୁଞ୍ଜଜ ପଟ୍ଟନାୟକ, ଜୀବନ ସାହୁ, ସର୍ବେଶ୍ଵର ମାରିକଙ୍କ ସମେତ ପରିଷଦର ବହୁ ସଂଖ୍ୟକ କର୍ମୀମାନେ ଉପସ୍ଥିତ ଥିଲେ। ଲୁଲୁ ଭାଇ ସଭା ପରିଚାଳନା କରିଥିଲେ .                       P

Leave a Reply

Your email address will not be published. Required fields are marked *