ବିଜେପିର ପ୍ରେସମିଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବିଦିକ ସମିଳନି ଅନୁଷ୍ଠିତ ହୋଇଯାଇଛି।ସ୍ଥାନିୟ ବିଜେପିର ବିଧାୟକ ପ୍ରାର୍ଥି ଶତୃଘ୍ନ ଜେନା ଉପସ୍ଥିତ ରହି ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବିରୋଧରେ ବିଷୋଦଗାର କରିଥିଲେ।ସୂଚନା ମୂତାବକ ୨୦୦୫ ମନ୍ତ୍ରି ଶ୍ରି ମଲ୍ଲିକ ଓ ତାଙ୍କ କିଛି ସମର୍ଥକ କାମାକ୍ଷାନଗରର ତତ୍କାଳୀନ ଥାନା ଅଧିକାରିଙ୍କୁ ମାଡ ମାରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ।ତେବେ ଏହି ଘଟଣାକୁ ନେଇ ସେହି ସମୟରେ ଥାନା ଅଧିକାରି ମନ୍ତ୍ରିଙ୍କ ସମେତ ତାଙ୍କ ସମର୍ଥକଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ।ସେହି ଦିନ ଠାରୁ କେସ ଚାଲୁ ରହିଥିବା ବେଳେ ସମସ୍ତେ ଏହି ଘଟଣାରେ ବେଲରେ ଆସି ସାରିଛନ୍ତି।କିନ୍ତୁ କିିଛି ଦିନ ତଳେ ମନ୍ତ୍ରି ଶ୍ରି ମଲ୍ଲିକ ତାଙ୍କ ନାମରେ ହୋଇଥିବା ମିଥ୍ୟା ମାମଲା ରୁଜୁ ହୋଇଥିବା ନେଇ ସେସବୁ ଦଫାକୁ କାଟିବାକୁ ହାଇକୋର୍ଟରେ ଏକ ରିଟ ଆବେଦନ କରିଥିଲେ।କିନ୍ତୁ କେସ ତଳ କୋର୍ଟରେ ଚାଲୁ ରହିଥିବା କାରଣରୁ ହାଇକୋର୍ଟ ମଧ୍ୟ ତଳ କୋର୍ଟକୁ ପଠାଇଦେଇଥିଲେ।ତେଣୁ ଏହାକୁ ବିଜେପି ତରଫରୁ ସାମ୍ବାଦିକ ସମିଳନି ମାଧ୍ୟମରେ ମନ୍ତ୍ରିଙ୍କ ଇସ୍ତଫା ଦାବି କରିବା ସହ ଆଇନକୁ ତା ବାଟରେ ଛାଡିବାକୁ କହିଥିଲେ।ନଚେତ ବିଜେପି ତରଫରୁ ଆଗାମି ଦିନରେ ରାଜରାସ୍ତାରେ ଆନ୍ଦୋଳନ କରାଯିବା ପାଇିଁ କହିଥିଲେ।ଏହି ସମିଳନିରେ ବରିଷ୍ଠ ଆଇନଜିବି ପବିତ୍ର ମୋହନ ବିଶ୍ୱାଳ , ବିଭୁ ପଟ୍ଟନାୟକ , ରବିନାରାୟଣନ ସାହୁଙ୍କ ସମେତ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।